ଭୁବନେଶ୍ୱର : ବିଏମସି ପକ୍ଷରୁ ଆରମ୍ଭ ହୋଇଛି ହୋଟେଲ କର୍ମଚାରୀଙ୍କ ସ୍ୱତନ୍ତ୍ର ଟିକାକରଣ କାର୍ଯ୍ୟକ୍ରମ । ହୋଟେଲ ଆଣ୍ଡ ରେଷ୍ଟୁରାଂଟ ଆସୋସିଏସନ ଅଫ ଓଡିଶା ପକ୍ଷରୁ କର୍ମଚାରୀଙ୍କ ତାଲିକା ପ୍ରସ୍ତୁତ ହୋଇଛି । ସେହି ତାଲିକା ଅନୁଯାୟୀ ୭ମ ବାଟାଲିଆନ ହାଇସ୍କୁଲରେ ବୁଧବାର ଦିନ ଟିକାକରଣ କରାଯାଇଛି ।
ପ୍ରଥମ ପର୍ଯ୍ୟାୟରେ ୫ଶହ କର୍ମଚାରୀଙ୍କର ଟିକାକରଣ କରାଯିବ । ବିନା ସ୍ଲଟ ବୁକିଂରେ ସ୍ୱତନ୍ତ୍ର ସେସନ ଜରିଆରେ ଟୀକାକରଣ କରାଯାଉଥିବା ବିଏମସି ପକ୍ଷରୁ ସୂଚନା ଦିଆଯାଇଛି ।