-ମାର୍କ କମ୍ ଥିଲେ ଅଫଲାଇନରେ ପରୀକ୍ଷା ଦେଇପାରିବେ
-ଆଗାମୀ ୫ ଜୁଲାଇରୁ ଅଫଲାଇନ ପରୀକ୍ଷା ପାଇଁ ଫର୍ମ ପୂରଣ
କଟକ : ମାଟ୍ରିକ ଫଳାଫଳକୁ ନେଇ ବିବାଦ ପରେ ଆଜି ମାଧ୍ୟମିକ ଶିକ୍ଷା ବୋର୍ଡ କର୍ତୃପକ୍ଷ ସ୍ପଷ୍ଟୀକରଣ ଦେଇଛନ୍ତି । ବହୁ ଶିକ୍ଷାବିତ୍ ଓ ଜିଲ୍ଲାର ଡିଇଓଙ୍କ ସହ ଆଲୋଚନା କରା ଯାଇଥିଲା ଓ ସ୍ୱତନ୍ତ୍ର କୋର କମିଟି ଗଠନ କରି ମୂଲ୍ୟାୟନର ତର୍ଜମା ହୋଇଥିଲା । ୪ ବର୍ଷର ପ୍ରଦର୍ଶନକୁ ବିଚାର କରି ମୂଲ୍ୟାୟନ ହୋଇଛି । ୨୦୧୭, ୧୮,୧୯, ୨୦ ବର୍ଷର ପ୍ରଦର୍ଶନକୁ ନେଇ ମୂଲ୍ୟାୟନ କରାଯାଇଛି । ତେବେ ଯେଉଁମାନେ ଏହି ପରୀକ୍ଷାକୁ ନେଇ ଅସନ୍ତୁଷ୍ଟ ସେମାନଙ୍କ ପାଇଁ ଅଫଲାଇନ ପରୀକ୍ଷା କରାଯିବ ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି ।
ବୋର୍ଡ ପକ୍ଷରୁ କୁହାଯାଇଛି ଯେ, ଅସନ୍ତୁଷ୍ଟ ଛାତ୍ରଛାତ୍ରୀଙ୍କ ପାଇଁ ଅଫ୍ଲାଇନ ମାଟ୍ରିକ ପରୀକ୍ଷା ବ୍ୟବସ୍ଥା କରାଯାଉଛି । ଜୁଲାଇ ୫ରୁ ଅଫ୍ଲାଇନ ପରୀକ୍ଷା ନେଇ ଫର୍ମ ଫିଲ୍ଅପ୍ କରାଯିବ । ୧୦ ଦିନ ଭିତରେ ଫର୍ମ ଫିଲ୍ଅପ୍ ଶେଷ ପାଇଁ ବୋର୍ଡ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଜୁଲାଇରେ ପରୀକ୍ଷା କରି ଶୀଘ୍ର ରେଜଲ୍ଟ ପ୍ରକାଶ କରାଯିବ । ଉତ୍ତୀର୍ଣ୍ଣ ପରୀକ୍ଷାର୍ଥୀଙ୍କ ପାଇଁ +୨ ନାମଲେଖା ସମସ୍ୟା ହେବନି ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି ।
ବୋର୍ଡ ପକ୍ଷରୁ କୁହାଯାଇଛି ଯେ ପୂର୍ବ ଅପେକ୍ଷା ଚଳିତ ବର୍ଷ ସବୁ ଗ୍ରେଡରେ ପିଲାଙ୍କ ସଂଖ୍ୟା ବଢିଛି । ଗତବର୍ଷ ତୁଳନାରେ ଏ-୧ରେ ୨ ଗୁଣା ଛାତ୍ରଛାତ୍ରୀ ପାସ୍ କରିଛନ୍ତି । ସେହିପରି ଏ-୨ ରେ ୩ ଗୁଣାରୁ ଅଧିକ ଛାତ୍ରଛାତ୍ରୀ ପାସ୍ କରିଛନ୍ତି ।
ବୋର୍ଡ ପକ୍ଷରୁ କୁହାଯାଇଛି ଯେ ମୂଲ୍ୟାୟନ ପଦ୍ଧତି ନେଇ ସବୁ କିଛି ବୋର୍ଡୱେବସାଇଟରେ ଥିଲା । ମୂଲ୍ୟାୟନ ନେଇ ଜିଲ୍ଲା ଶିକ୍ଷାଧିକାରୀଙ୍କ ସହ ଆଲୋଚନା ହୋଇଛି । ତର୍ଜମା କରିଥିଲା ସ୍ୱତନ୍ତ୍ର କୋର କମିଟି । ୪ ବର୍ଷର ପ୍ରଦର୍ଶନକୁ ବିଚାରକୁ ନେଇ ମୂଲ୍ୟାୟନ କରାଯାଇଥିବା ବୋର୍ଡ ପକ୍ଷରୁ କୁହାଯାଇଛି ।