ମାଲକାନଗିରି: ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ସ୍ୱାଭିମାନ ଅଞ୍ଚଳରେ ମାଓ ଦମନ କ୍ଷେତ୍ରରେ ବିଏସ.ଏଫ୍ ଯବାନଙ୍କୁ ମିଳିଛି ଗୋଟିଏ ପରେ ଗୋଟିଏ ସଫଳତା । ଗୋଟିଏ ପରେ ଗୋଟିଏ ମାଓ ଅଞ୍ଚଳରେ ଗଢି ଚାଲିଛି ବିଏସଏଫ୍ କ୍ୟାମ୍ପ। ସ୍ୱାଭିମାନ ଅଂଚଳରେ ଚାଲିଥିବା ମାଓ ଦମନରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି ବିଏସଏଫ । ବିଏସଏଫ ଡିଜି ରାକେଶ ଅସ୍ଥାନା ଅ।ଜି ଏକ ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ସ୍ୱାଭିମାନ ଅଂଚଳର ଗୋରାସେତୁ ଠାରେ ପହଞ୍ଚି ଥିଲେ । ସେଠାରେ ସେ କିଛି ଗ୍ରାମବାସୀଙ୍କ ସହ କଥା ହେବା ସହ ଗ୍ରାମବାସୀଙ୍କୁ କମ୍ବଳ ଓ ଲୁଗା ବଣ୍ଟନ କରିଥିଲେ । କୌଣସି ବିଏସଏଫ ଡିଜିଙ୍କର ସ୍ୱଭିମାନ ଅଂଚଳକୁ ଏହା ପ୍ରଥମ ଗ୍ରସ୍ତ । ଏହି ଗସ୍ତ ସମୟରେ ଓଡିଶା ପୁଲିସ ଆଇଜି ଅମିତାଭ ଠାକୁର ବିଏସଏଫ ଆଇଜି, ମାଲକାନଗିରି ଏସପି ହୃଷୀକେଶ ଖିଲାରୀ ଉପସ୍ଥିତ ଥିଲେ ।ମାଲକାନଗିରି ପହଞ୍ଚି ପ୍ରଥମେ ଏମଭି-୩ ସ୍ଥିତ ବିଏସଏଫ କ୍ୟାମ୍ପରେ ମାଓ ଦମନ ନେଇ ଆଲୋଚନା କରାଯାଇଥିଲା । ମାଲକାନଗିରି ଜିଲ୍ଲାର ଦୁର୍ଗମରୁ ଅତି ଦୁର୍ଗମ ଅଂଚଳରେ ବିଏସଏଫ ରହିଥିବାରୁ ମାଓବାଦୀ କୌଣସି ଅଘଟଣ ଘଟାଇବାକୁ ସାହସ କରିପାରୁନାହାଁନ୍ତି ଡିଜିଙ୍କ ଗସ୍ତ ଯବନଙ୍କ ମନବଳକୁ ବଢ଼ାଇବ ବୋଲି ଅ।ଶା କରାଯାଉଛି ।