୧ ଲକ୍ଷ ୭୦ହଜାର କୋଟିର ବଜେଟ୍: ଶିକ୍ଷା-ସ୍ୱାସ୍ଥ୍ୟ ଓ ନିଯୁକ୍ତି ଉପରେ ଫୋକସ୍

ଭୁବନେଶ୍ୱର:  ରାଜ୍ୟ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଆଜି ବର୍ଷ ୨୦୨୧-୨୨ ପାଇଁ ରାଜ୍ୟ ବଜେଟ୍ ଉପସ୍ଥାପନ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ସେ ବିଧାନସଭାରେ ବଜେଟ ଉପସ୍ଥାପନ କରିଛନ୍ତି । ଆଜି ବିଧାନସଭାରେ ବଜେଟ ଉପସ୍ଥାପନ କରି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ କହିଛନ୍ତି ଯେ, କୋଭିଡ୍ ମହାମାରୀ ମାନବଜାତିକୁ ବଡ଼ ସଙ୍କଟରେ ପକାଇଥିଲା । ସରକାରଙ୍କ ସକାରାତ୍ମକ ଚିନ୍ତାଧାରା ମହାମାରୀକୁ ମୁକାବିଲା କରିପାରିଥିଲା ।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଓଡ଼ିଶାକୁ ପ୍ରଶଂସା କରିଛନ୍ତି । ଆଉ କିଛି ଦିନ ଆମକୁ ସତର୍କ ଓ ସାବଧାନ ରହିବାକୁ ପଡ଼ିବ । ଇ-ବଜେଟ ଉପସ୍ଥାପନରେ ଓଡ଼ିଶା ସମ୍ଭବତଃ ଦେଶରେ ପ୍ରଥମ । ଓଡ଼ିଶା ଅର୍ଥନୀତିର ଅଭିବୃଦ୍ଧି ହାର ଜାତୀୟହାର ତୁଳନାରେ ବଢ଼ି ଚାଲିଛି । ରାଜ୍ୟ ସରକାର ୨୦୨୧-୨୨ ଆର୍ଥିକବର୍ଷ ଲାଗି ୧ଲକ୍ଷ ୭୦ହଜାର କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି ।

ଏଥିମଧ୍ୟରୁ ପ୍ରଶାସନିକ ବ୍ୟୟ ନିମନ୍ତେ ୮୫ ହଜାର କୋଟି, କାର୍ଯ୍ୟକ୍ରମ ବ୍ୟୟ ବାବଦକୁ ୭୫ ହଜାର କୋଟି,ବିପର୍ଯ୍ୟୟ ପ୍ରଶମନ ବ୍ୟୟ ଲାଗି ୩ ହଜାର ୫୦ କୋଟି ଟଙ୍କା ଏବଂ ସ୍ଥାନୀୟ ନିକାୟ ସଂସ୍ଥା ଓ ଉନ୍ନୟନ ସଂସ୍ଥାକୁ ହସ୍ତାନ୍ତର ପାଇଁ ୬ ହଜାର ୯ଶହ ୫୦କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ବୋଲି ଅର୍ଥମନ୍ତ୍ରୀ ଶ୍ରୀ ପୂଜାରୀ ପ୍ରକାଶ କରିଛନ୍ତି ।

ସେହିପରି ଚଳିତ ବଜେଟ୍ରେ ରାଜ୍ୟ ଖଣିଜ ସମ୍ପଦ ଧାରକ ଅଞ୍ଚଳ ଉନ୍ନୟନ ନିଗମ, ଜିଲ୍ଲା ଖଣିଜ ପାଣ୍ଠି ଓ ସରକାରୀ ଉଦ୍ୟୋଦମାନଙ୍କଠାରୁ ୮ହଜାର କୋଟି ଟଙ୍କାର ବଜେଟ ବହିର୍ଭୂତ ସମ୍ବଳ ବ୍ୟୟ କରାଯିବ । ଯାହା ସରକାରୀ ଖର୍ଚ୍ଚ ବୃଦ୍ଧିରେ ସହାୟକ ହେବ । ଅନ୍ୟପକ୍ଷରେ ଆର୍ଥିକ ବର୍ଷ ୨୦୨୧-୨୨ ପାଇଁ ପୁଞ୍ଜି ବ୍ୟୟବରାଦ ୨୫ ହଜାର ୭ ଶହ ୮୮ କୋଟି ଟଙ୍କା କରାଯାଇଛି ।

ଓଡ଼ିଶା ସରକାର ରାଜ୍ୟର ସ୍ୱାସ୍ଥ୍ୟ କ୍ଷେତ୍ରକୁ ଅତିରିକ୍ତ ୫ଶହ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ରାଜ୍ୟର ପ୍ରମୁଖ ଐତିହ୍ୟସ୍ଥଳୀକ ବିଶ୍ୱସ୍ତରୀୟ ପର୍ଯ୍ୟଟନ କରିବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି । ଯେଉଁଥିାଇଁ ଏକାମ୍ର ଯୋଜନା ଆରମ୍ଭ କରାଯାଉଛି । ଯାହା ମଧ୍ୟରେ ରାଜଧାନୀର ଅନେକ ବୃହତ୍ ଯୋଜନା ଅନ୍ତର୍ଭୁକ୍ତ ରହିଛି । ସେହିରି ପୁରୀର ବିକାଶ ନିମନ୍ତେ ଅବଢା ଯୋଜନା ମାଧ୍ୟମରେ ସରକାର
୫ଶହ ୪୨ କୋଟି ଟଙ୍କା ଏବଂ ଏକାମ୍ର ଯୋଜନା ପାଇଁ ୨ ଶହ କୋଟି ଟଙ୍କା ଆକଳନ କରିଛନ୍ତି । ସମଲେଇ ଯୋଜନା ପାଇଁ ମଧ୍ୟ ୨ଶହ କୋଟି ଟଙ୍କା ପ୍ରଦାନ କରାଯାଇଥିବା କହିଛନ୍ତି ଅର୍ଥମନ୍ତ୍ରୀ ।

ଅର୍ଥମନ୍ତ୍ରୀ ବଜେଟ ଉପସ୍ଥାପନ କରି କହିଛନ୍ତି ଯେ, ଚଳିତବର୍ଷ ଜିଡିି ୪.୯ ହ୍ରାସ ହେବ ବୋଲି ଆକଳନ କରାଯାଇଛି । ·ଷୀ, ସ୍ୱୟଂ ସହାୟିକା ଗୋଷ୍ଠୀକୁ ଅଧିକ ଋଣ ଦେବା ଯୋଜନା ହୋଇଛି । ଉଦ୍ୟାନ କୃଷି ବିକାଶ ପାଇଁ ୧୩୨ କୋଟି ବ୍ୟୟବରାଦ, ବିହନ ପାଇଁ ୧୦୦ ଓ ସାର ଲାଗି ୧୦୦ କୋଟି ଅତିରିକ୍ତ ପାଙଋି, ରାଷ୍ଟ୍ରୀୟ କୃଷି ବିକାଶ ଯୋଜନାରେ ୪୫୦କୋଟି ବ୍ୟୟବରାଦ, କଳାହାଣ୍ଡି ଓ ନବରଙ୍ଗପୁରରେ ୨ଟି ମଧ୍ୟମ ଜଳସେଚନ ପ୍ରକଳ୍ପ ହେବ, ଜଳସେଚନ ପାଇଁ ମୋଟ ୨୨୫୮କୋଟି ଟଙ୍କା ବ୍ୟୟ, ବନ୍ୟା ନିୟମନ୍ତ୍ରଣ ପାଇଁ ୭୧୦କୋଟି ବ୍ୟୟବରାଦ ହୋଇଛି । ସେହିପରି ପାର୍ବତୀଗିରି ଜଳସେଚନ ଯୋଜନା ପାଇଁ ୮୬୦କୋଟି ବ୍ୟୟବରାଦ, ଗଭୀର ନଳକୂ ଖନନ ପାଇଁ ୩୮୯କୋଟି, ନବକୃଷ୍ଣ ଚୌଧୁରୀ ଜଳସେଚନ ଯୋଜନାରେ ୭୭କୋଟି, ବିର୍ଯ୍ୟୟରେ କ୍ଷତିୂରଣ ପାଇଁ ୫୬୦କୋଟି, ମତ୍ସ୍ୟ·ଷ ଓ ପଶୁାଳନ ପାଇଁ ୧୪୧୫କୋଟି ବ୍ୟୟବରାଦ ରହିଛି ।

ଅର୍ଥମନ୍ତ୍ରୀ କହିଛନ୍ତି ଯେ ରାଜ୍ୟରେ ପ୍ରତିଷ୍ଠା ହେବ ପଶୁ ଚିକିତ୍ସା ବିଜ୍ଞାନ ବିଶ୍ୱବିଦ୍ୟାଳୟୟ ରାଜ୍ୟରେ ପଶୁ ଚିକିତ୍ସା ବିଜ୍ଞାନ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ପାଇଁ ପ୍ରସ୍ତାବ ରହିଛି । ପଶୁଙ୍କୁ ଚିକିତ୍ସା ପାଇଁ ପଶୁ ହେଲ୍ପଲାଇନ୍ ସେବା ଆରମ୍ଭ କରାଯିବ । କୃଷି ବଜେଟ ପାଇଁ ମୋଟ ୧୭, ୪୬୮ କୋଟି ବ୍ୟୟବରାଦ କରିଛନ୍ତି ଅର୍ଥମନ୍ତ୍ରୀ । ଓମ୍ବାଡସି ଓ ଡିଏମ୍ଏଫରୁ କୃଷିରେ ବିନିଯୋଗ ୪୪୭କୋଟି ହେବ । ମନରେଗା ପାଙଋିରୁ କୃଷି କ୍ଷେତ୍ରରେ ବ୍ୟାପକ ଖର୍ଚ୍ଚ ହେବ । ମାଛଧରା ଜେଟି ଓ ମାଛବଜାର ପାଇଁ ୧୦୦କୋଟି ବ୍ୟୟବରାଦ । କଟକ ଏସସିବି ପାଇଁ ଚଳିତ ବର୍ଷ ୫ଶହ କୋଟି ।

ଏସସିବିକୁ ଏମ୍ସ ପ୍ଲସ୍ କରିବାକୁ ୩୫୦୦କୋଟି ବ୍ୟୟ ଯୋଜନା ରହିଛି । ସ୍ୱାସ୍ଥ୍ୟସେବା ପାଇଁ ମୋଟ ପ୍ରାୟ ୧୩ହଜାର କୋଟି ଟଙ୍କା । ଦୁର୍ଘଟଣାରେ ଗୁରୁତରଙ୍କୁ ଚିକିତ୍ସା ପାଇଁ ମାଗଣା ଟ୍ରମା କେୟାର୍ ଯୋଜନା । ମାଗଣା ଟ୍ରମା କେୟାର୍ ଯୋଜନା ପାଇଁ ୪୦କୋଟି ବ୍ୟୟବରାଦ କରାଯିବ ବୋଲି ଅର୍ଥମନ୍ତ୍ରୀ ପ୍ରକାଶ କରିଛନ୍ତି । ଅର୍ଥମନ୍ତ୍ରୀ ଶିକ୍ଷା କ୍ଷେତ୍ର ପାଇଁ ମୋଟ ୨୪,୩୭୦କୋଟି ବ୍ୟୟବରାଦ କରିଛନ୍ତି ।

ଆଦର୍ଶ ବିଦ୍ୟାଳୟ ପାଇଁ ୨୮୦କୋଟି, ମଧ୍ୟାହ୍ନ ଭୋଜନ ଯୋଜନା ପାଇଁ ୯୫୭କୋଟି, ମୋ ସ୍କୁଲ ପାଇଁ ୨୫୩ କୋଟି, ମୋ କଲେଜ ପାଇଁ ୭କୋଟି । ସତ୍ୟବାଦୀ ଓଡ଼ିଆ ବିଶ୍ୱବିଦ୍ୟାଳୟ ପାଇଁ ୧୦କୋଟି ବ୍ୟୟବରାଦ କରାଯାଇଛିୟ ବ୍ଲକସ୍ତରରେ ମିଶନ ଶକ୍ତି ଗୃହ ନିର୍ମାଣ ପାଇଁ ଅତିରିକ୍ତ ୧୦୦କୋଟି ବ୍ୟୟବରାଦ କରାଯାଇଛି । ଅଚଳ ଉଠା ଜଳସେଚନ ପଏଣ୍ଟ ପୁନରୁଦ୍ଧାର ପାଇଁ ୧୬୦କୋଟି ଓ ବିର୍ଯ୍ୟୟରେ ତ୍ୱରିତ କ୍ଷତିୂରଣ ପାଇଁ ୫୬୦କୋଟି ବ୍ୟୟବରାଦ ହୋଇଛି ।

ସେହିରି ହାତୀ କରିଡର ବିଦ୍ୟୁତ୍ ଯୋଗାଣ ପାଇଁ ୧୨୦ କୋଟି, ବିଜୁ ଏକ୍ସପ୍ରେସ୍ ୱେ ପାଇଁ ୧୦୦କୋଟି, ବିଜୁ ସେତୁ ଯୋଜନା ପାଇଁ ୯୧୨ କୋଟି, ୧ ଟଙ୍କାରେ ·ଉଳ ଯୋଗାଣ ପାଇଁ ୯୬୯କୋଟି । ବିର୍ଯ୍ୟୟ ସହନୀୟ ବିଦ୍ୟୁତ୍ ଯୋଗାଣ ପାଇଁ ୫୦କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ବୋଲି ଅର୍ଥମନ୍ତ୍ରୀ ପ୍ରକାଶ କରିଛନ୍ତି ।