ଆସନ୍ତା କାଲିଠାରୁ ସାରା ରାଜ୍ୟରେ ଆରମ୍ଭ ହେବ ବସ ସେଵା

ଭୁବନେଶ୍ବର : ଜୁଲାଇ ୧୬ ତାରିଖରେ ଆଂଶିକ ଲକ୍‌ଡାଉନର ଅବଧି ଶେଷ ହେଉଛି । ରାଜ୍ୟର କରୋନା ସ୍ଥିତିକୁ ଅନୁଧ୍ୟାନ କରି ଆଂଶିକ କଟକଣାକୁ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର ।  ଅଗଷ୍ଟ ୧ ତାରିଖ ସକାଳ ୬ ଟା ଯାଏଁ ଆଂଶିକ ଲକ୍‌ଡାଉନ୍‌କୁ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ଆଜି ସାଢ଼େ ଦୁଇଟା ବେଳେ ରାଜ୍ୟରେ କୋଭିଡ ସ୍ଥିତି ନେଇ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ପ୍ରେସମିଟ ଜରିଆରେ ସୂଚନା ଦେଇଛନ୍ତି । ସରକାର ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। କରୋନା କଟକଣାକୁ ଦୃଷ୍ଟିରେ ରଖି ‘ଏ’ କାଟାଗୋରୀରେ ଥିବା ୨୦ଟି ଜିଲ୍ଲାରେ ମଧ୍ୟରେ ବସ ଚଳାଚଳ କରୁଥିବା ବେଳେ ଆସନ୍ତା କାଲି ଠାରୁ ସମସ୍ତ ଜିଲ୍ଲାରୁ ଜିଲ୍ଲାକୁ ବସ ଚଳାଚଳ କରିବ । ତେବେ ବସରେ ଯେ‌ତିକି ସିଟ ରହିଥିବ ସେତିକି ଲୋକଙ୍କୁ ନେଇ କୋଭିଡ କଟକଣା ମାନି ବସ ଚଳାଚଳ କରିବ । ‌ସେହିପରି ଆନ୍ତଃରାଜ୍ୟକୁ ବସ ଚଳାଚଳ କରି ପାରିବ ନାହିଁ। ଅନ୍ୟ ରାଜ୍ୟକୁ ବସ ଯିବ ନାହିଁ କି ବାହାର ରାଜ୍ୟରୁ କୌଣସି ବସ ଓଡ଼ିଶାରେ ପ୍ରବେଶ କରି ପାରିବ ନାହିଁ । ଏଥିସହିତ ପୁରୀରେ ରଥଯାତ୍ରା ଚାଲୁଥିବାରୁ ଜୁଲାଇ ୨୫ପର୍ଯ୍ୟନ୍ତ ପୁରୀକୁ ବସ ଚଳାଚଳ ହେବ ନାହିଁ । ଏହି ସମୟ ମଧ୍ୟରେ ପୁରୀ୍କୁ କୌଣସି ବସ ଯିବାର ଅନୁମତି ନଥିବା ବେଳେ ପୁରୀରୁ ବି କୌଣସି ବସ ଆସିବ ନାହିଁ ।

କରୋନା କାଳରେ ଜୀବନ ଓ ଜୀବିକା ଦୁଇଟି ମଧ୍ୟରେ ସରକାର ସମନ୍ନୟ ରଖିବାକୁ ଚେଷ୍ଟା କରୁଛନ୍ତି । ତେଣୁ ଜନସାଧାରଣ ମଧ୍ୟ ଏତିପ୍ରତି ସମର୍ଥନ କରିବା ଉଚିତ । ରାଜ୍ୟରେ ଏବେବି ପରିସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣକୁ ଆସିନାହିଁ । ଏଥିପାଇଁ ରାଜ୍ୟ ସରକାର କଟକଣା ଜାରି ରଖିବାକୁ ନିଷ୍ପତ୍ତି ନେଇଛନ୍ତି । ସେହିପରି ‘ଏ’ କାଟାଗୋରୀ ଜିଲ୍ଲାରେ ସକାଳ ୬ରୁ ରାତି ୮ ଯାଏଁ ଦୋକାନ ଖୋଲା ରହିବ । ‘ବି’ କାଟାଗୋରୀ ଜିଲ୍ଲାରେ ସକାଳ ୬ରୁ ସନ୍ଧ୍ୟା ୫ ଯାଏଁ ଖୋଲିବ ଦୋକାନ ବଜାର ଖୋଲାରହିବ । ‘ବି’ କାଟାଗୋରୀ ଜିଲ୍ଲାରେ ସପ୍ତାହାନ୍ତ ସଟ୍‌ଡାଉନ୍ ଜାରି ରହିବ । ‘ବି’ କାଟାଗୋରୀରେ ଜିଲ୍ଲାରେ ନାଇଟ କର୍ଫ୍ୟୁ ମଧ୍ୟ ଜାରି ରହିବ । ଆସନ୍ତାକାଲି ଠାରୁ ବିୟୁଟି ପାର୍ଲର, ସେଲୁନ୍ ଓ ଜିମ୍ ଖୋଲିବ । ସାରା ରାଜ୍ୟରେ ଯାତ୍ରୀ ବାହୀ ବସ୍, ଅଟୋ ଚଳାଚଳ କରିବ । ସୀମିତ ସଂଖ୍ୟକୁ ଯାତ୍ରୀଙ୍କୁ ଯାତ୍ରା କରିପାରିବେ । ଆଉଟଡୋର ଫିଲ୍ମ ସୁଟିଂକୁ ସମଗ୍ର ରାଜ୍ୟରେ ଅନୁମତି । ବର୍ତ୍ତମାନ ରାଜ୍ୟରେ ପଜିଟିଭି ହାର ୩ ପ୍ରତିଶତକୁ ଖସିଛି । ତେଣୁ ରାଜ୍ୟ ସରକାର ଜୀବନ ଓ ଜୀବିକାକୁ ଦୃଷ୍ଟିରେ ରଖି ଲକ୍‌ଡାଉନ୍‌ରେ କଟକଣା କୋହଳ କରିବାକୁ ନିଷ୍ପତ୍ତି ନେଇଛନ୍ତି ।