ନୂଆଦିଲ୍ଲୀ: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ ମେଲବୋର୍ଣ୍ଣର ଏମସିଜିରେ ଖେଳାଯାଉଛି। ଏହି ମ୍ୟାଚର ତିନି ଦିନରେ ଖେଳ ଶେଷ ହୋଇଥିଲା । ତୃତୀୟ ଦିନର ଖେଳ ଶେଷ ହେବା ପରେ ଅଷ୍ଟ୍ରେଲିଆ ୬୬ ଓଭରରେ ୬ ୱିକେଟ୍ ହରାଇ ୧୩୩ ରନ୍ ସଂଗ୍ରହ କରିଥିଲା । ଏହି ସମୟରେ ଅଷ୍ଟ୍ରେଲିଆ ମାତ୍ର ୨ ରନ୍ ରେ ଆଗୁଆ ରହିଛି । ଏହି ମ୍ୟାଚର ଦ୍ୱିତୀୟ ଦିନରେ ଭାରତ ଭଲ ବ୍ୟାଟିଂ କରି ୮୨ ରନରେ ଅଗ୍ରଣୀ ହାସଲ କରିଥିଲା। ୨୭୭/୫ ଖେଳି ଭାରତୀୟ ଦଳ ମ୍ୟାଚର ତୃତୀୟ ଦିନରେ ୧୧୫.୧ ଓଭରରେ ସମସ୍ତ ୱିକେଟ୍ ହରାଇ ୩୨୬ ରନ୍ ସଂଗ୍ରହ କରିଥିଲା । ଏହି ପରିପ୍ରେକ୍ଷୀରେ ଭାରତ ୧୩୧ ରନର ଅଗ୍ରଣୀ ରହିଥିଲା। ଏହାର ଜବାବରେ ଅଷ୍ଟ୍ରେଲିଆ ଦ୍ୱିତୀୟ ଇନିଂସରେ ୧୩୩ ରନ୍ ସଂଗ୍ରହ କରି ୬୬ ଓଭରରେ ୬ ୱିକେଟ୍ ହରାଇଛି । ପ୍ୟାଟ୍ କମିନ୍ସ ୧୫ ଏବଂ କ୍ୟାମେରନ୍ ଗ୍ରୀନ୍ ୧୭ ବର୍ତ୍ତମାନ ସମୟରେ ବ୍ୟାଟିଂ କରୁଛନ୍ତି ।
ପ୍ରଥମ ଇନିଂସରେ ୧୩୧ ରନ୍ ପଛରେ ରହିବା ପରେ ଦ୍ୱିତୀୟ ଇନିଂସରେ ଅଷ୍ଟ୍ରେଲିଆ ଦଳକୁ ପ୍ରଥମ ଝଟକା ଜୋ ବର୍ନଙ୍କ ରୂପରେ ଆସିଥିଲା, ଯିଏ ୪ ରନ୍ ସ୍କୋର କରିଥିଲେ ଏବଂ ଉମେଶ ଯାଦବଙ୍କ ଠାରୁ ରିଷଭ ପନ୍ତଙ୍କ ଦ୍ୱାରା କ୍ୟାଚ ଆଉଟ ହୋଇଥିଲେ। କଙ୍ଗାରୁ ଦଳକୁ ଦ୍ୱିତୀୟ ଝଟକା ମାର୍ନୁସ୍ ଲାବୁଶାନେଙ୍କ ରୂପରେ ଆସିଥିଲା, ଯିଏ ୨୮ ରନ୍ ସ୍କୋର କରିଥିଲେ ଏବଂ ଆର ଅଶ୍ୱିନଙ୍କ ଠାରୁ ଅଜିଙ୍କ୍ୟ ରାହାନେଙ୍କ ହାତରେ କ୍ୟାଚ ଆଉଟ ହୋଇଥିଲେ। ଏହିପରି ଦଳ ତୃତୀୟ ଦିନର ଖେଳ ଶେଷ ବେଳକୁ ଦ୍ୱିତୀୟ ଇନିଂସରେ ୧୩୩ ରନ୍ ସଂଗ୍ରହ କରି ୬୬ ଓଭରରେ ୬ ୱିକେଟ୍ ହରାଇଛି ।
ସେହିପରି ବକ୍ସିଂ ଡେ ଟେଷ୍ଟ ମ୍ୟାଚର ଦ୍ୱିତୀୟ ଦିନରେ ଭାରତ ପକ୍ଷରୁ ଶତକୀୟ ପାରି ଖେଳିଥିବା ଅଧିନାୟକ ଅଜିଙ୍କ୍ୟ ରାହାଣେ ମ୍ୟାଚର ତୃତୀୟ ଦିନରେ ରନ୍ ଆଉଟ୍ ହୋଇ ପାଭିଲିୟନକୁ ଫେରିଥିଲେ । ସେ ବ୍ୟକ୍ତିଗତ ସ୍କୋର ୧୧୨ ରେ ରନ୍ ଆଉଟ୍ ହୋଇ ପାଭିଲିୟନକୁ ଫେରିଥିଲେ । ଭାରତ ତୃତୀୟ ଦିନର ଖେଳ ୨୭୭/୫ ଦଳୀୟ ସ୍କୋରରୁ ଆରମ୍ଭ କରି ତୃତୀୟ ଦିନରେ ୧୧୫.୧ ଓଭରରେ ସମସ୍ତ ୱିକେଟ୍ ହରାଇ ୩୨୬ ରନ୍ ସଂଗ୍ରହ କରିଥିଲା ।