-କଂଗ୍ରେସର ଓଡିଶା ବନ୍ଦ ପ୍ରସଙ୍ଗ
ଭୁବନେଶ୍ୱର : ମମିତା ମେହେର ହତ୍ୟା ମାମଲାରେ ଆସନ୍ତାକାଲି କଂଗ୍ରେସ ପକ୍ଷରୁ ବନ୍ଦ ଡାକରା ଦିଆଯାଇଛି । ଏହି ପ୍ରସଙ୍ଗରେ ଏକ ମାମଲାର ଶୁଣାଣି କରି ହାଇକୋର୍ଟ କହିଛନ୍ତି ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ବନ୍ଦ କରାଯାଇ ପାରିବ ନାହିଁ । ତେବେ ବନ୍ଦ କରିବା ବଦଳରେ ହରତାଳ କରିପାରିବେ । ଜୋର ଜବରଦସ୍ତି କାହାରିକୁ ବନ୍ଦ କରିପାରିବେ ନାହିଁ ବୋଲି ହାଇକୋର୍ଟ କହିଛନ୍ତି ।
ହାଇକୋର୍ଟ ଆହୁରି କହିଛନ୍ତି, କୌଣସି ଗାଡ଼ିମୋଟର ଅଟକାଇ ପାରିବେ ନାହିଁ । ଏପରିକି ରେଳ ରୋକ କିମ୍ବା ରାସ୍ତାରୋକ କରାଯାଇ ପାରିବ ନାହିଁ । ସୁପ୍ରିମ୍ କୋର୍ଟଙ୍କ ନିର୍ଦ୍ଦେଶାନାମା ଅନୁଯାୟୀ, ଅଖ ଓ ଚକ ବନ୍ଦ ଏକ ବେଆଇନ୍ କାମ ବୋଲି ହାଇକୋର୍ଟ କହିଛନ୍ତି ।
ଅପରପକ୍ଷରେ ଏହା ଉପରେ ସ୍ପଷ୍ଟୀକରଣ ଦେଇ କଂଗ୍ରେସ କହିଛି ଯେ ଆମେ ଶାନ୍ତିପୂର୍ଣ୍ଣ ଭାବେ ୬ ଘଂଟିଆ ଧର୍ମଘଟ ଡାକରା ଦେଇଛୁ । ଜୋର ଜବରଦସ୍ତି ବନ୍ଦ ପାଳନ କରିବାକୁ କୁହାଯାଇନାହଁ ।
ମମିତା ମେହେର ହତ୍ୟା ଘଟଣାରେ ଆସନ୍ତାକାଲି କଂଗ୍ରେସ୬ ଘଂଟିଆ ଓଡ଼ିଶା ବନ୍ଦ ଡାକରା ଦେଇଥିଲା । ଏହି ସମୟରେ ଦୋକାନ ବନ୍ଦ କରିବାକୁ କୁହାଯାଇଥିଲା । କିନ୍ତୁ ଏହା ବିରୋଧରେ କଟକର ଜଣେ ବ୍ୟବସାୟୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ।