ବୋଲୋରୋ ସହିତ ୧0 ଲକ୍ଷରୁ ଉର୍ଦ୍ଧ୍ବ ମୂଲ୍ୟର ଗଞ୍ଜେଇ ଜବତ : ଜଣେ ଗିରଫ

ମାଲକାନଗିରି: ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ପୁଲିସକୁ ମିଳିଛି ଏକ ବଡ଼ ସଫଳତା । ଚିତ୍ରକୋଣ୍ଡା ପୁଲିସ ଦୁଇ କୁଇଣ୍ଟାଲ ତିନି କେଜି ଗଞ୍ଜେଇ ଏବଂ ଗୋଟିଏ ମହିନ୍ଦ୍ରା ବୋଲେରୋ ଜବତ କରିଛି । ଘଟଣାରେ ଜଣେ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଏଥି ସହିତ ନଗଦ ଟ.୩୨୦୦/- ଟଙ୍କା, ମୋବାଇଲ ଫୋନ, ଏଟିଏମ, ଚେକବୁକ୍, ଡିଏଲ ଜବତ କରାଯାଇଛି । ଚିତ୍ରକୋଣ୍ଡା ଥାନା ଅଧିକାରୀ ସୂର୍ଯ୍ୟ ପ୍ରକାଶ ନାୟକଙ୍କ ଠାରୁ ମିଳିଥିବା ସୂଚନା ଅନୁଯାୟୀ, ଗତ କାଲି ରାତିରେ ଚିତ୍ରକୋଣ୍ଡା ପୁଲିସ ଦ୍ଵାରା ପାଟ୍ରୋଲିଂ ସମୟରେ ଚିତ୍ରକୋଣ୍ଡା ଏ ସାର ଛକ ଠାରୁ ଏକ ମହିନ୍ଦ୍ରା ବୋଲେରାେ ଗାଡି ନମ୍ବର ଓଡି KL 58Q-2754 ଯୋଗେ ଗଞ୍ଜେଇ ବୋଝେଇ ହୋଇ ଚାଲାଣ କରାଯାଉଥିବା ଦେଖି ଗାଡିକୁ ଅଟକାଇ ଖାନ ତଲାସୀ କରି ଦେଖନ୍ତି ତ ୭ ବ୍ୟାଗରେ ଗଞ୍ଜେଇ ଚାଲାଣ କରାଯାଉଥିଲା । ବୋଲୋରକୁ, ଚିତ୍ରକୋଣ୍ଡା ପୁଲିସ ଗଞ୍ଜେଇ ସହ ବୋଲୋର ଜବତ କରି ଜଣେ ଅଭିଯୁକ୍ତକୁ ଥାନାକୁ ଆଣି ଥାନାରେ ଅଟକ ରଖି ପଚରା ଉଚରା କରିଥିଲେ । ୭ ଗୋଟି ବ୍ୟାଗରୁ ଦୁଇ ଶହ ତିନି କେଜି ଗଞ୍ଜେଇ ଜବତ ହୋଇଛି । ଯାହାର ବାହାରେ ଆନୁମାନିକ ମୂଲ୍ୟ ୧୦ଲକ୍ଷରୁ ଉର୍ଦ୍ଧ୍ବ ହେବ । ଏବଂ ନଗଦ ତିନି ହଜାର ଦୁଇ ଶହ ଟଙ୍କା ଜବତ କରାଯାଇଛି । ଗିରଫ ଯୁବକ କେରଳ ରାଜ୍ୟର କେ. ଭି. ଗିରିଶ ବୟସ (୪୨) । କାହ୍ନରସେଲ ଜିଲା ସରୋଯାମ ଗ୍ରାମରେ ବୋଲି ଜଣାପଡିଛି । ଚିତ୍ରକୋଣ୍ଡା ଥାନାରେ ଏକ ମାମଲା ରୁଜୁ କରି କେସ ନମ୍ବର 08/13-01-2021 u/s21(b)(ii)(c) ଅନୁଯାଇ ଏକ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଥିବା ସୂଚନା ମିଳିଛି।