ନୂଆଦିଲ୍ଲୀ: ଏପ୍ରିଲ୍ ମାସ ପାଇଁ କୋଭିଡ୍ ଗାଇଡ୍ଲାଇନ୍ ଜାରି କଲେ କେନ୍ଦ୍ର ସରକାର । ଏପ୍ରିଲ୍ ମାସ ପାଇଁ ଜାରି ହୋଇଥିବା ଗାଇଡ୍ଲାଇନରେ ଟେଷ୍ଟ, ଟ୍ରାକ୍ ଏବଂ ଟ୍ରିଟ୍ ଉପରେ ଗୁରୁତ୍ୱ ଦିଆଯାଇଛି । ଯେଉଁଠି ଆରଟିିସିଆର୍ ବେଶୀ ହେଉନି, ସେସବୁ ସ୍ଥାନରେ ଆରଟିିସିଆର ଟେଷ୍ଟ ବଢ଼ାଇବା ସହିତ ନୂଆ ପଜିଟିଭ୍ କେସ୍କୁ ତୁରନ୍ତ ଟ୍ରାକ୍ କରି ଆଇସୋଲେଟ୍ ପାଇଁ ନିର୍ଦେଶ ଜାରି ହୋଇଛି ଏବଂ ସବୁ କୋଭିଡ୍ ନିୟମକୁ କଡ଼ାକଡ଼ି ପାଳନ କରିବା ପାଇଁ କୁହାଯାଇଛି ।
ଦେଶରେ କରୋନା ସଂକ୍ରମଣ ହୁହୁ ହୋଇ ବଢ଼ୁଥିବା ବେଳେ ଆଜି କେନ୍ଦ୍ର ସରକାର ଏପ୍ରିଲ ମାସ ପାଇଁ ଗାଇଡ୍ଲାଇନ୍ ଜାରି କରିଛନ୍ତି । କରୋନା ସଂକ୍ରମଣକୁ ରୋକିବା ପାଇଁ ସ୍ଥାନୀୟ ପ୍ରଶାସନ ଯାହା କଟକଣା ଚାହିଁବ ଲଗାଇ ପାରିବ ବୋଲି ଗାଇଡ୍ଲାଇନ୍ରେ ଦର୍ଶାଯାଇଛି । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର କିମ୍ବା ସ୍ଥାନୀୟ ପ୍ରଶାସନ ଲକ୍ଡାଉନ୍ ଓ ସଟ୍ଡାଉନ୍ ପାଇଁ ପଦକ୍ଷେପ ନେଇପାରିବେ ବୋଲି ଗାଇଡ୍ଲାଇନରେ ଉଲ୍ଲେଖ ରହିଛି ।
ଏହାପୂର୍ବରୁ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଲକ୍ଡାଉନ୍ ଓ ସଟ୍ଡାଉନ୍ ପାଇଁ ଜାରି କରିଥିବା ଗାଇଡ୍ଲାଇନ୍କୁ ପାଳନ କରିବା ସହିତ ଟେଷ୍ଟିଂ, ଟ୍ରେସିଂ ଓ ଟ୍ରିଟ୍ମେଣ୍ଟ ଉପରେ ଗୁରୁତ୍ୱ ଦେବାକୁ ଗାଇଡ୍ଲାଇନ୍ରେ ଦର୍ଶାଯାଇଛି । ଯେଉଁସବୁ ରାଜ୍ୟରେ ଆରଟିିସିଆର ଟେଷ୍ଟ କମ୍ ରହିଛି, ତା’କୁ ବୃଦ୍ଧି କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ଅତି କମ୍ରେ ୭୦% ଆରଟି ିସିଆର ଟେଷ୍ଟ କରିବାକୁ ପରାମର୍ଶ ଦିଆଯାଇଛି ।
ଏପ୍ରିଲ୍ ମାସ ପାଇଁ ଜାରି କରାଯାଇଥିବା ଗାଇଡ୍ଲାଇନ୍ରେ କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି ଯେ ରାଜ୍ୟ ଭିତରେ ଓ ଆନ୍ତଃରାଜ୍ୟ ବସ ଓ ଟ୍ରେନ୍ ଚଳାଚଳ ପୂର୍ବଭଳି ଜାରି ରହିବ । କରୋନା କଟକଣା ମାନି ସିନେମା ହଲ,ମଲ୍ ଓ ମାର୍କେଟ ଖୋଲିଯାଇପାରିବ ବୋଲି ଗାଇଡ୍ଲାଇନରେ ଉଲ୍ଲେଖ ରହିଛି ।