ପୁରୀ: ପବିତ୍ର ଶ୍ରୀପଞ୍ଚମୀ ରେ ଆଜି ରଥକାଠ ପୂଜାର୍ଚ୍ଚନା ସହ ଅନୁକୂଳ କରାଯିବ । ଶ୍ରୀମନ୍ଦିର କାର୍ଯ୍ୟାଳୟ ସମୁଖରେ ତିନୋଟି ବାର ଫୁଟିଆ ଧଉରା କାଠ ରଖା ଯାଇଛି । ଗଜପତି ଙ୍କ ରାଜଗୁରୁ, ବ୍ରାହ୍ମଣ ମାନେ ଫୁଲ, ଚନ୍ଦନ, ଧୂପ, ଦୀପ, ପଞ୍ଚ।ମ୍ବୃତ, ଘୃତ, ମହାପ୍ରସାଦ ସହ ମନ୍ତ୍ର ଉଚ୍ଚାରଣ ପୂର୍ବକ ପୂଜାର୍ଚ୍ଚନା କରିବେ । ରାମନବମୀ ଦିନ ରଥକାଠ କଟକ ଖପୁରିଆ ଠାରେ ଚିରଟ ହେବ । ପବିତ୍ର ଅକ୍ଷୟତୃତୀୟା ରେ ରଥ ନିର୍ମାଣ କାର୍ଯ୍ୟ ଅନୁକୂଳ ହେବ ।