ମୁଖ୍ୟମନ୍ତ୍ରୀ ଚାନ୍ଦବାଲି ନିର୍ବାଚନ ମଣ୍ଡଳୀର ବିକାଶର ଦାୟିତ୍ୱ ନେଇଛନ୍ତି : ବ୍ୟୋମକେଶ

ହରସିଂହପୁର ପଞ୍ଚାୟତରେ ବିଜେଡିର ମିଶ୍ରଣପର୍ବ

ତିହିଡ଼ି: ଭଦ୍ରକ ଜିଲ୍ଲା ଚାନ୍ଦବାଲି ନିର୍ବାଚନ ମଣ୍ଡଳୀ ତିହିଡ଼ି ବ୍ଲକ ଅଧିନ ହରସିଂହପୁର ପଞ୍ଚାୟତ ପକ୍ଷରୁ ଏକ ମିଶ୍ରଣ ପର୍ବ ଜାନୁଆରୀ ୭ ତାରିଖ ସନ୍ଧ୍ୟାରେ ପୀରାହାଟ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବାମନବିନ୍ଧା ସରପଞ୍ଚ ଅମର ଦାସଙ୍କ ପୌରହିତରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟଅତିଥି ଭାବେ ଚାନ୍ଦବାଲି ବିଧାୟକ ତଥା ଜିଲ୍ଲା ଯୋଜନାବୋର୍ଡ଼ ଅଧ୍ୟକ୍ଷ ବ୍ୟୋମକେଶ ରାୟ ଯୋଗଦେଇ କହିଥିଲେ ଯେ ଚାନ୍ଦବାଲି ନିର୍ବାଚନ ମଣ୍ଡଳୀର ବିକାଶ ଦାୟିତ୍ୱ ମୁଖ୍ୟମନ୍ତ୍ରୀ ନେଇଛନ୍ତି । ଚାନ୍ଦବାଲି ନିର୍ବାଚନ ମଣ୍ଡଳୀର ସାମଗ୍ରିକ ବିକାଶ ପାଇଁ ଯେତେ ଟଙ୍କା ଆବଶ୍ୟକ ପଡ଼ିବ, ମୁଖ୍ୟମନ୍ତ୍ରୀ ଯୋଗାଇଦେବେ ବୋଲି କହିଛନ୍ତି । ଇତିମଧ୍ୟରେ ୩ ହଜାର କୋଟି ଟଙ୍କାର ଅନୁଦାନ ମାଧ୍ୟମରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ହୋଇସାରିଛି । ଭଦ୍ରକ-ଚାନ୍ଦବାଲି ରାସ୍ତା ନିର୍ମାଣ ସହିତ ବିଦ୍ୟୁତ ସମସ୍ୟା ଦୂର ପାଇଁ ପଦକ୍ଷେପ ନିଆଯାଇଛି । ସେହିପରି ପୋଲ ନିର୍ମାଣ କରାଯାଇ ଗମନାଗମନ ସୁବିଧା ପାଇଁ ବ୍ୟବସ୍ଥା କରାଯିବାର ଲକ୍ଷ୍ୟ ରଖାଯାଇଛି । ଏଥିସହିତ ପ୍ରତି ଘରକୁ ଟେପ୍ ମାଧ୍ୟମରେ ପାନୀୟଜଳ ଯୋଗାଇ ଦିଆଯିବ ବୋଲି ସେ କହିଥିଲେ । ଏହି ସଭାରେ ବ୍ଲକଅଧ୍ୟକ୍ଷା ସୁଶ୍ରୀ ବିଦ୍ୟୁତଲତା ନାୟକ ସମ୍ମାନୀତ ଅତିଥିଭାବେ ଯୋଗଦେଇ ନବୀନ ସରକାର ସଶସ୍ତିକରଣ ମାଧ୍ୟମରେ ମହିଳାମାନଙ୍କୁ ଆତ୍ମନିର୍ଭରଶୀଳ କରିବାର ପ୍ରୟାସ ଜାରି ରଖିଛନ୍ତି । ଏଥିସହିତ ଜନ୍ମରୁ ବୃଦ୍ଧ ପର୍ଯ୍ୟନ୍ତ ବିଭିନ୍ନ ଯୋଜନା ମାଧ୍ୟମରେ ସହାୟତା ଯୋଗାଇ ଦେଉଛନ୍ତି ବୋଲି କହିଥିଲେ । ଏଥିରେ ଜିଲ୍ଲା ପରିଷଦ ସଭ୍ୟଙ୍କ ପ୍ରତିନିଧି ପ୍ରଶାନ୍ତ ବିଶ୍ୱାଳ, ସରପଞ୍ଚ ମାନସ ସାହୁ, ହରସିଂହପୁର ସରପଞ୍ଚ ଅଯୋଧ୍ୟାରାଣୀ ଜେନା, ପଞ୍ଚାୟତ ସଭାପତି ଯଦୁନାଥ ପାଣିଗ୍ରାହୀ, ବିଜେଡି ନେତା ହିମାଦ୍ରୀ ମିଶ୍ର, ସରପଞ୍ଚ ସନାତନ ବାରିକ, ସରପଞ୍ଚ ପ୍ରତିନିଧି ପାର୍ଥସାରଥି ନାୟକ, ପ୍ରଭାତ ମିଶ୍ର, ଆନନ୍ଦ ପାଣିଗ୍ରାହୀ, ଅକ୍ଷୟ ସେଠୀ ପ୍ରମୁଖ ବକ୍ତବ୍ୟ ଦେଇଥିଲେ । ଏହି ଅବସରରେ ହରସିଂହପୁର ସମିତିସଭ୍ୟ ପ୍ରମିଳା ଜେନା, ସମିତିସଭ୍ୟ ପ୍ରତିନିଧି ମହେଶ୍ୱର ଜେନା, ପୟୋଧର ବାରିକ, କାଙ୍କାଳି ବେହେରା, ପ୍ରକାଶ ଚନ୍ଦ୍ର ପାଢ଼ୀ, ଯୋଗେନ୍ଦ୍ର ଦାଶ, ବଳରାମ ନାୟକ, ପ୍ରଶାନ୍ତ କର, ଜିତେନ୍ଦ୍ର ତ୍ରିପାଠୀ, ପୀତବାସ କର, ପ୍ରଭାକର ପାଢ଼ୀ, ଦଶରଥ ଜେନା, ଶ୍ୟାମସୁନ୍ଦର ପରିଡ଼ା, ଦିଗ୍ବିଜୟ ପାଢ଼ୀ, ମିଥୁନ ଜେନା, ଲକ୍ଷ୍ମୀଧର ଗୋଥ୍, ଚିନ୍ତାମଣି ନାୟକ, ଶଶଧର ନାୟକ, ବିଦ୍ୟାଧର ଦାସ, ନରେନ୍ଦ୍ର ନାୟକ, ଦାଶରଥି ନାଥ, ପ୍ରଦୀପ କର, ବିଷ୍ଣୁ ନାଥ ଓ ବିଦ୍ୟାଧର ଜେନା ପ୍ରମୁଖ ଅନ୍ୟ ଦଳ ଛାଡ଼ି ମୁଖ୍ୟମନ୍ତ୍ରୀଙ୍କ ଦୁର୍ନୀତିମୁକ୍ତ ଶାସନ ଓ ଚାନ୍ଦବାଲି ବିଧାୟକଙ୍କ ବିକାଶର ଧାରା ଉପରେ ଆସ୍ଥା ପ୍ରକଟ କରି ବିଜେଡିରେ ସାମିଲ ହୋଇଥିଲେ । ଏହି ସଭାକୁ ଶଶିକାନ୍ତ ପାଢ଼ୀ, ବିରାଜ ପାଢ଼ୀ, କୃଷ୍ଣଚନ୍ଦ୍ର ମହାନ୍ତି ଓ ସଞ୍ଜୟ ଦାସ ପ୍ରମୁଖ ପରିଚାଳନା କରିଥିଲେ ।