ନାବାଳିକା ବିବାହକୁ ରୋକିଲା ଚାଇଲ୍ଡ ଲାଇନ୍

ଗଞ୍ଜାମ : ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅଧିନ ଏକ ଗ୍ରାମରେ ଜଣେ ୧୬ ବର୍ଷିୟା ନାବାଳିକାଙ୍କ ବିବାହ ପ୍ରସ୍ତୁତି ଚାଲିଥିଲା ଏବଂ ୨୧ ତାରିଖରେ ବିବାହ କାର୍ଯ୍ୟକ୍ରମ ଥିଲା । ବ୍ରହ୍ମପୁର ସ୍ଥିତ ଚାଇଲ୍ଡ ଲାଇନ୍ ପଦସ୍ଥ ଅଧିକାରୀ ଓ ପ୍ରଶାସନ ସେହି ଗ୍ରାମକୁ ଯାଇ ନାବାଳିକାର ବିବାହ ସ୍ଥଗିତ କରିବା ପାଇଁ ପ୍ରବର୍ତାଇଥିଲେ । ଏଥିରେ ନାବାଳିକାଙ୍କ ପରିବାର ବର୍ଗ ସମ୍ମତି ପ୍ରଦାନ କରିଥିବା ଜଣାପଡିଛି ।