ବାଲେଶ୍ୱର: ଚିଟଫଣ୍ଡ ସଂସ୍ଥା ବାସିଲ ଇଂଟରନେସନାଲର ୫ ଏକର ଜମି ଅକ୍ତିଆର କରିଛି ପ୍ରବର୍ତନ ନିର୍ଦ୍ଦେଶାଳୟ (ଇଡ଼ି) । ଭୋଗରାଇ ତହସିଲ ଅଧିନ ସାହାବାଜପୁର ଉଦୟପୁରରେ ଥିବା ଏହି ଜାଗାକୁ ପ୍ରଶାସନ ପକ୍ଷରୁ ଅଧିକୃତ କରାଯାଇଛି । ଇଡିର ଗୌହାଟି ଶାଖା ମୁଖ୍ୟ ଉଦୟପୁରରେ ପହଂଚି ଜମି ଅକ୍ତିଆର କରିଛନ୍ତି ।
ପ୍ରକାଶ ଥାଉକି, ବାସିଲ ନାମରେ ବହୁ କୋଟି ଟଙ୍କାର ଠକେଇ ଅଭିଯୋଗ ରହିଛି ।