ଲୋକଙ୍କୁ ସେବା ଯୋଗାଉଛି ଚିତ୍ରକୋଣ୍ଡା ଉପଖଣ୍ଡ ଚିକିତ୍ସାଳୟ ହେଲେ ନାଁ ନେଉଛି ଅନ୍ୟ କେହି

ମାଲକାନଗିରି: ମାଲକାନଗିରି ଜିଲା କୁଡୁମୁଳୁଗୁମା ବ୍ଲକ ରୁ ଚିତ୍ରକୋଣ୍ଡାକୁ ନୁଆ କରି ବ୍ଲକ ସ୍ଥାନାନ୍ତର ହେବାର ଇତି ମଧ୍ୟରେ ତିନି ବର୍ଷ ହେବ ବିତି ଯାଇଥିଲେ ମଧ୍ୟ ଚିତ୍ରକୋଣ୍ଡା ଉପଖଣ୍ଡ ଚିକିତ୍ସାଳୟ ଉପରେ ଚିତ୍ରକୋଣ୍ଡା ବ୍ଲକର ଅଠର ଗୋଟି ପଞ୍ଚାୟତ ଜନସାଧାରଣ ସେବା ପାଇଆସୁଥିଲେ ସୁଧା ବ୍ଲକର ସମସ୍ତ ଦାୟିତ୍ୱ ଆଜି ପର୍ଯ୍ୟନ୍ତ ହସ୍ତାନ୍ତର ହୋଇ ପାରିନଥିବା ଜଣାପଡିଛି । ଯାହାର ଉଦାହରଣ ମହିଳା ଓ ପୁରୁଷ ସ୍ୱାସ୍ଥ୍ୟ କର୍ମି ମାନଙ୍କ ଦାୟିତ୍ୱ ଆଜି ସୁଧା ଚିତ୍ରକୋଣ୍ଡା ଉପଖଣ୍ଡ ଚିକିତ୍ସାଳୟ କୁ ହସ୍ତାନ୍ତର ହୋଇନାହିଁ। ଯେଉଁଠି ଚିତ୍ରକୋଣ୍ଡା ଉପଖଣ୍ଡ ଚିକିତ୍ସାଳୟରେ ଚିତ୍ରକୋଣ୍ଡା ବ୍ଲକର ଅଠର ଗୋଟି ପଞ୍ଚାୟତରେ କାର୍ଯ୍ୟରତ ସମସ୍ତ ପୁରୁଷ ଓ ମହିଳା ସ୍ୱାସ୍ଥ୍ୟ କର୍ମି ମାନେ ଚିତ୍ରକୋଣ୍ଡା ଉପଖଣ୍ଡ ଚିକିତ୍ସାଳୟ ଅଧୀନରେ ପରିଚାଳିତ ହେବା କଥା ମାତ୍ର ତା ପାଖରେ ଦାୟିତ୍ୱ ରହିଛି ଶୁନ ଅର୍ଥାତ କିଛି ଦାୟିତ୍ୱ ଆଜି ସୁଧା ନାହିଁ। ଏବେ ବି ଚିତ୍ରକୋଣ୍ଡା ବ୍ଲକରେ ଅଠର ଗୋଟି ପଞ୍ଚାୟତରେ କାର୍ଯ୍ୟରତ ଥିବା ମହିଳା ଓ ପୁରୁଷ ସ୍ୱାସ୍ଥ୍ୟ କର୍ମି ମାନେ ପୃଥକ ପୃଥକ ଭାବେ ତିନି ଗୋଟି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧୀନରେ ପରିଚାଳିତ ହୋଇ ଆସୁଅଛନ୍ତି।

ଦୀର୍ଘ ବର୍ଷରୁ ଆଜି ପର୍ଯ୍ୟନ୍ତ କୁଡୁମୁଲୁଗୁମା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧୀନରେ ଦଶ ଗୋଟି ପଞ୍ଚାୟତରେ ଚାଲୁଥିବା ସ୍ୱାସ୍ଥ୍ୟ ଉପକେନ୍ଦ୍ର ଯଥା ବଡ଼ପଦର, ବଡପଡା, ପାପରମେଟେଲା, ରାଲେଗାଡା, ଧୂଳିପୁଟ, ଯୋଡ଼ାମ୍ବ, ପଣଷପୁଟ, ଅଣ୍ଡିରାପାଲି, ଯନ୍ତ୍ରୀ ଓ ଗାଜୁଲୁମାମୁଡି ପଞ୍ଚାୟତ ମାନଙ୍କର ଦାୟିତ୍ୱ ରହିଆସିଥିବା ବେଳେ, କୋରୁକୋଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧୀନରେ ୬ ଗୋଟି ପଞ୍ଚାୟତରେ ଚାଲୁଥିବା ସ୍ୱାସ୍ଥ୍ୟ ଉପକେନ୍ଦ୍ର ଚିତ୍ରକୋଣ୍ଡା, ଦୋରାଗୁଡ଼ା, ଗୁଣ୍ଠାୱାଡା, କପାତୁଟି, ନୂଆଗୁଡା ଓ ଟନେଲ କ୍ୟାମ୍ପ ପଞ୍ଚାୟତ ରେ ଦାୟିତ୍ୱ ଚାଲୁଥିବା ସହ କାଲିମେଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧୀନରେ ଦୁଇଟି ପଞ୍ଚାୟତ କୁରୁମାନୁର ଓ ପାପୁଲୁର କୁ ନେଇ ଗଠିତ ପାପୁଲୁର ସ୍ୱାସ୍ଥ୍ୟ ଉପକେନ୍ଦ୍ରର ଦାୟିତ୍ୱ ରହିଆସିଅଛି। ଚିତ୍ରକୋଣ୍ଡା ଉପଖଣ୍ଡ ଚିକିତ୍ସାଳୟ ଭାଗରେ କୌଣସି ଦାୟିତ୍ୱ ଭାର ଆଜି ସୁଧା ନାହିଁ। ଖାଲି ସେତିକି ନୁହେଁ ଆଜି ସୁଧା ଚିତ୍ରକୋଣ୍ଡା ଉପଖଣ୍ଡ ଚିକିତ୍ସାଳୟ ନା ଅଛନ୍ତି ବିପିଏମ ଏମିତିଵି ଦଶ ବର୍ଷ ହେଲା ଖାଲି ପଡିଛି ଏଲଏଚଭି ପଦବୀ।

ପ୍ରକୃତ ବାସ୍ତବିକତାକୁ ଦେଖିବାକୁ ଗଲେ ଚିତ୍ରକୋଣ୍ଡା ବ୍ଲକର ଅଠର ଗୋଟି ପଞ୍ଚାୟତ ପ୍ରତେକ କ୍ଷେତ୍ରରେ ସେବା ଯୋଗାଇ ଆସୁଛଅନ୍ତି ଚିତ୍ରକୋଣ୍ଡା ଉପଖଣ୍ଡ ଚିକିତ୍ସାଳୟ ମାତ୍ର ପ୍ରତେକ କ୍ଷେତ୍ରରେ ଦାୟିତ୍ୱ ରହିଥିବା ଯୋଗୁ ଚିତ୍ରକୋଣ୍ଡା ଅଞ୍ଚଳରୁ ସମସ୍ତ ସୁବିଧାର ଫାଇଦା ଉଠାଇ ଉପକୃତ ହେଉଛନ୍ତି ଅନ୍ୟ ତିନି ଗୋଟି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର l ଅବିଳମ୍ବେ ଜିଲା ପ୍ରଶାସନ ଉକ୍ତ ସମସ୍ୟା କୁ ବିଚାର କୁ ନେଇ ତୁରନ୍ତ ତିନିଗୋଟି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଯଥା କୋରୁକୋଣ୍ଡା, କୁଡୁମୁଲୁଗୁମା ଓ କାଲିମେଳାରୁ ଚିତ୍ରକୋଣ୍ଡା ଉପଖଣ୍ଡ ଚିକିତ୍ସାଳୟ କୁ ସମସ୍ତ ଦାୟିତ୍ୱ ସ୍ଥାନାନ୍ତର କରାଯିବା ସହ ବିପିଏମ ଓ ଏଲଏଚଭି ପଦବି ପୂରଣ ପାଇଁ ଚିତ୍ରକୋଣ୍ଡା ଅଞ୍ଚଳର ଉପାନ୍ତ ତଥା ସ୍ୱାଭିମାନ ଅଞ୍ଚଳ ବାସି ଦାବି କରିବା ସହ ଅଧିକ ଉପକୃତ ହୋଇ ପାରିବେ ବୋଲି ଆଶା ରଖିଛନ୍ତି।