ଭୁବନେଶ୍ୱର: ଆଜି ଯୀଶୁଖ୍ରୀଷ୍ଟଙ୍କ ପବିତ୍ର ଜନ୍ମଦିବସ ତଥା ବଡଦିନ ପାଳନ । ଗତକାଲି ମଧ୍ୟରାତ୍ରୀରେ ଧରାପୃଷ୍ଠକୁ ଅବତରଣ କରିଛନ୍ତି ପ୍ରଭୁ ଯୀଶୁ। କରୋନା କଟକଣା ପାଇଁ ଚଳିତ ବର୍ଷ ଫିକା ପଡିଛି ବଡ଼ଦିନ । ଚର୍ଚ୍ଚରେ ନାହିଁ ଖଚାଖଚ୍ ଭିଡ଼, କି ରାସ୍ତାଘାଟରେ ନାହିଁ ଗହଳି । କରୋନା ପାଇଁ ଏଥର ଚର୍ଚ୍ଚରେ ଏକାଠି ହେବେନି ଖ୍ରୀଷ୍ଟଧର୍ମାମ୍ବଲମ୍ବୀ । ଘରେ ସାଜସଜ୍ଜା କରି ଉତ୍ସବ ପାଳନ କରୁଛନ୍ତି ଶ୍ରଦ୍ଧାଳୁ । ଘରେଘରେ ଶୋଭାପାଉଛି ଖ୍ରୀଷ୍ଟମସ ବୃକ୍ଷ । କେକ୍ ପ୍ରସ୍ତୁତ ସହ କ୍ରୀସ୍ ମାସ୍ ଟ୍ରି, ସାନ୍ତା କ୍ଲଜ,ଏବଂ ଅନ୍ୟାନ୍ୟ ସାମଗ୍ରୀରେ ଘରକୁ ସଜାଇଛନ୍ତି ଲୋକେ । ସୁସ୍ବାଦୁ କେକ୍ କାଟି ଉତ୍ସବ ମନାଉଛନ୍ତି ଲୋକେ । ହେଲେ କରୋନା ଦାଉସାଜିଥିବାରୁ ଲୋକ ଘରେ ମନାଉଛନ୍ତି ବଡ଼ ଦିନ ।