ଭୂ-ସ୍ଥାନିକ ତଥ୍ୟାବଳୀର ଉତ୍ପାଦନ ଓ ଅଧିଗ୍ରହଣ ସଂକ୍ରାନ୍ତ ନୀତି କୋହଳ ହେବା ଆତ୍ମନିର୍ଭର ଭାରତ ଲକ୍ଷ୍ୟ ହାସଲ ଦିଗରେ ଏକ ବିରାଟ ପଦକ୍ଷେପ: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ଭୂ-ସ୍ଥାନିକ ତଥ୍ୟାବଳୀ ବା ଜିଓସ୍ପେଶାଲ ଡାଟାର ଅଧିଗ୍ରହଣ ଓ ଉତ୍ପାଦନ ନୀତିକୁ କୋହଳ କରାଯିବା ଆତ୍ମନିର୍ଭର ଭାରତ ଲକ୍ଷ୍ୟ ପୂରଣ ଦିଗରେ ଏକ ବିରାଟ ପଦକ୍ଷେପ । ଏହି ସଂସ୍କାର ଫଳରେ ଦେଶର ଚାଷୀଷ୍ଟାର୍ଟଅପ୍‍ଘରୋଇ ଉଦ୍ୟୋଗରାଷ୍ଟ୍ରାୟତ୍ତ ଉଦ୍ୟୋଗ ଏବଂ ଗବେଷଣା ପ୍ରତିଷ୍ଠାନଗୁଡିକ ଉପକୃତ ହେବେ । ଏହା ସେମାନଙ୍କୁ ନବସୃଜନ ଏବଂ ନୂଆ ନୂଆ ଅତ୍ୟାଧୁନିକ ଉପାୟ ବାହାର କରିବାରେ ସହାୟକ ହେବ ।

ଏକାଧିକ ଟ୍ୱିଟ୍‍ ବାର୍ତ୍ତାରେ ପ୍ରଧାନମନ୍ତ୍ରୀ କହିଛନ୍ତି, ‘ଆମ ସରକାର ଏକ ବଡ଼ ନିଷ୍ପତ୍ତି ନେଇଛିଯାହା ଡିଜିଟାଲ ଭାରତ ନିର୍ମାଣ ପ୍ରକ୍ରିୟାକୁ ବିଶେଷ ଲାଭ ପହଞ୍ଚାଇବ । ଜିଓସ୍ପେଶାଲ ଡାଟା ଉତ୍ପାଦନ ଓ ଅଧିଗ୍ରହଣ ପାଇଁ ଯେଉଁ ନୀତି ଥିଲା ସରକାର ସେଥିରେ ଗୁରୁତ୍ୱପୂର୍ଣ୍ଣ ସଂସ୍କାର ଆଣି ଏହାକୁ ଉଦାର ଓ ନିୟନ୍ତ୍ରଣମୁକ୍ତ କରିଛନ୍ତି । ଏବେ ଏହା ଫଳରେ ଭାରତରେ ଜିଓସ୍ପେଶାଲ ଡାଟାର ଉତ୍ପାଦନ ଏବଂ ଅଧିଗ୍ରହଣ ପ୍ରକ୍ରିୟା ସହଜ ଓ ସୁଗମ ହୋଇପାରିବ ଏବଂ ଏହାଦ୍ୱାରା ଆତ୍ମନିର୍ଭର ଭାରତ ଲକ୍ଷ୍ୟ ସହଜ ହେବ ।

ଏ କ୍ଷେତ୍ରରେ ଏହା ଏକ ବିରାଟ ପଦକ୍ଷେପ ।’ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଜିଓସ୍ପେଶାଲ ଓ ଦୂରସମ୍ବେଦୀ (ରିମୋଟ ସେନ୍‍ସିଂ) ତଥ୍ୟାବଳୀର ଯେଉଁ ଉପଯୋଗ କରାଯିବ ତାହାର ଲାଭ ଭାରତୀୟ କୃଷକମାନେ ମଧ୍ୟ ପାଇବେ । ତଥ୍ୟ ବା ଡାଟାର ଗଣତାନ୍ତ୍ରିକୀକରଣ ଫଳରେ ନୂଆ ଟେକ୍‍ନୋଲଜି ଓ ପ୍ଲାଟଫର୍ମ ବିକଶିତ ହେବ । ଏହା କୃଷି ଏବଂ ତତ୍‍ସଂଲଗ୍ନ କ୍ଷେତ୍ରରେ ଦକ୍ଷତା ବଢାଇବ । ଏହି ସଂସ୍କାର ଆମ ଦେଶରେ ବ୍ୟବସାୟ ବାଣିଜ୍ୟକୁ ସୁଗମ କରିବାର ସରକାରୀ ଅଙ୍ଗୀକାରକୁ ପ୍ରଦର୍ଶିତ କରୁଛି ଏବଂ ଏହା ଫଳରେ ଭାରତରେ ଏ କ୍ଷେତ୍ରରେ ଥିବା ନିୟନ୍ତ୍ରଣ ବ୍ୟବସ୍ଥାର ଅବସାନ ପ୍ରକ୍ରିୟା ଆରମ୍ଭ ହୋଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।