ଆନ୍ତର୍ଜାତୀୟ ମହିଳା ଦିବସ ପାଇଁ ପ୍ରତିଯୋଗିତା

ଜୟପୁର: ଜୟପୁର ସରକାରୀ ମହିଳା ମହାବିଦ୍ୟାଳୟର ୱାଇଆରସି ଓ ଏନଏସଏସ ଶାଖା ଆନୁକୁଲ୍ୟରେ ଆନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି । ମହିଳା ଦିବସର ମହତ୍ୱ ଓ ପ୍ରାସଙ୍ଗିକତା ସମ୍ବନ୍ଧରେ ଛାତ୍ରୀ ମାନଙ୍କୁ ଅବଗତ କରାଇବା ନିମନ୍ତେ ବକ୍‌ୃତା, ଚିତ୍ରାଙ୍କନ ଓ ପାରମ୍ପରିକ ବେଶ ଭୁଷାରେ ପ୍ରଦର୍ଶନି ଅନୁଷ୍ଟିତ ହୋଇଛି । ପାରମ୍ପରିକ ବେଶ ଭୁଷା ପ୍ରଦର୍ଶନିରେ ଛାତ୍ରୀ ମାନେ ଆଦର୍ଶ ଓଡିଆ ବହୁ, ବଙ୍ଗାଳି ମହିଳା, ଆନ୍ଧ୍ର ପ୍ରଦେଶ, କଣ୍ଣାଟକ ଓ ଅନ୍ୟ ରାଜ୍ୟର ପାରମ୍ପରିକ ପୋଷାକରେ ନିଜ କଳା, କୌଶଳ ପ୍ରଦର୍ଶନ କରିଥିଲେ । ସମସ୍ତ କାର୍ଯ୍ୟକ୍ରମରେ ମହିଳା କଲେଜ ଅଧ୍ୟକ୍ଷା ମନରୋମା ଦେବି ଯୋଗଦାନ କରିଥିବା ବେଳେ ୱାଇଆରସି କାଉନସିଲର କନକ ଲତା ମହାପାତ୍ର, ଏନଏସଏସ ପ୍ରୋଗ୍ରାମ ଅଫିସର ଅଧ୍ୟାପିକା ରାଜ ଲକ୍ଷ୍ମୀ ଭୋଳ, ମନରୋଞ୍ଜନ ପ୍ରଧାନ, ଶିବା ନନ୍ଦ ପ୍ରଧାନ କାର୍ଯ୍ୟକ୍ରମର ଆୟୋଜକ ଥିଲେ । ଅଧ୍ୟାପିକା ସିମା ମହାପାତ୍ର, ସୁନିତା ପ୍ରଧାନ, ବରିଷ୍ଠ ଅଧ୍ୟାପକ ଶିବ ପ୍ରସାଦ ଜେନା, ବିବେକା ନନ୍ଦ ସୁନା, ଡମ୍ବୁର ଧର ଦାସ, ଆନ୍ଧ୍ରୀୟା ସବର, ରଶ୍ମିତା ସ୍ୱାଇଁ , ଆଲୋକ ମହାରାଣା, ବିକ୍ରମ ହରିଜନ ସମସ୍ତ ଅଧ୍ୟାପକ ଓ ଅଧ୍ୟାପିକା ସହ ଯୋଗ କରିଥିଲେ । ମାର୍ଚ୍ଚ ୮ ତାରିଖରେ ହେବାକୁ ଥିବା ଆନ୍ତର୍ଜାତୀୟ ମହିଳା ଦିବସରେ ପ୍ରତ୍ୟେକ ବିଭାଗରେ ୩ ଜଣଙ୍କୁ ପୁରଷ୍କୃତ କରାଯିବ ।