ନିମ୍ନ ମାନର ଶୌଚାଳୟ ନିର୍ମାଣକୁ ଅଭିଯୋଗ

କଲ୍ୟାଣ ସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣ ସିଂହପୁର ବ୍ଳକରେ ସରକାରଙ୍କ ସ୍ଵଚ୍ଛ ଭାରତ ଅଭିଯାଆନରେ ଲୋକମାନେ ବାହାରେ ମଳ ତ୍ୟାଗ ନକରି ଶୌଚାଳୟ ନିର୍ମାଣ କରି ମଳ ତ୍ୟାଗ କରିବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରି ଆସୁଥିଲେ ମଧ୍ୟ କଲ୍ୟାଣ ସିଂହପୁର ବ୍ଳକ ଶିକରପାଇ ପଞ୍ଚାୟତର ବେତକଳାଙ୍ଗ ଦୁର୍ଗମ ଗାଁରେ ନିମ୍ନମାନର ଶୌଚାଳୟ ନିର୍ମାଣ କରାଯାଇଥିବା ଅଭିଯୋଗ ହୋଇଛି। ଉକ୍ତ ଦୁର୍ଗମ ବେତକଳାଙ୍ଗ ଗାଁରେ ପ୍ରାୟ ଏକ ବର୍ଷ ହେବ ଜଳ ଯୋଗାଣ ଓ ପରିମଳ ବିଭାଗ ପକ୍ଷରୁ ପ୍ରତ୍ୟେକ ଗାଁ ଗାଁରେ ଶୌଚାଳୟ ନିର୍ମାଣ କରିଛନ୍ତି।

ତାହା ସବୁ ନିମ୍ନମାନର କରାଯାଉଥିବା ଅଭିଯୋଗ ହେଉଛି। ନିର୍ମାଣ କରିବାର ଏକ ମାସ ମଧ୍ୟରେ ତାହା ସବୁ ଭାଙ୍ଗି ଯାଉଛି। ଲେଟିନ ଘାତ ନ ଖୋଲୁଣୁ କିଛି ମାତ୍ରାରେ ଘାତ କରି ପ୍ଲେଟ ପକାଇ ତାର ଚତୁଃପାର୍ଶରେ ସିମେଣ୍ଟ ଇଟା ବସାଇ ଉପରେ ଥାଉରିଆ ଭାବେ ସିମେଣ୍ଟ ବୋଲି ଦେଇ ତାର ଉପରେ ଟିଣ ପକାଇବା ସହ କବାଟ ଲଗାଇ ଚା ଚାଢ଼ିଦେଉଛନ୍ତି।ତାହା ନିର୍ମାଣର ଏକ ମାସ ମଧ୍ୟରେ ଯୋରରେ ପବନ ହେବାରୁ ସମସ୍ତ ଶୌଚାଳୟର ଟିଣ ଉଡାଇ ନେଇହଉଛି। ଶୌଚାଳୟର ପଛରେ ଏକ ଦୁଇ ଫୁଟର ଘାତ କରିଥିଲେ ତାହା ବି ନିମ୍ନମାନର କରାଯାଉଥିବାରୁ ତାହା ମଧ୍ୟ ମାଟିରେ ମିଶି ଯାଉଛି। ଲୋକମାନେ ଶୌଚାଳୟରେ ଝାଡା ଯିବା ବଦଳରେ ଡ୍ରମ,ଲୁହା ଜିନିଷ ଓ ବିଭିନ୍ନ ଅସବାପତ୍ର ଗଛିତ ରଖିଛନ୍ତି ।

ଏପଟେ ନିମ୍ନମାନର ଲେଟିନ କରିଥିବା ବେଳେ ଲୋକେ ଉକ୍ତ ଲେଟିନ ବ୍ୟବହାର ନକରୁଥିବା ବେଳେ ପ୍ରଶାସନ ପକ୍ଷରୁ ମଳ ମୁକ୍ତ ଅଞ୍ଚଳ ବୋଲି ସୂଚନା ଫଳକ ଲଗାଇ ଦେଇଛନ୍ତି। ବର୍ତ୍ତମାନ ଏହି ଗାଁର ମହିଳା ପୁରୁଷ ମାନେ ନିକଟସ୍ଥ ନାଳକୁ ଶୌଚ ପାଇଁ ଯାଉଥିବା ଗାଁର ମହିଳା ଶାରାକା ତୁର୍କି, ଶାରାକା ଧାଈ, କର୍ଷିକା ଫୁଲମତି, କର୍ଷିକା ରେଳ,ଶାରାକା ସାୟା,ଶାରାକା ଆନି, କର୍ଷିକା ଇଲା ପ୍ରମୁଖ କହିଛନ୍ତି।ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅନୁପ ଆଭିଷେ ବେହେରାଙ୍କୁ ପଚାରିବାରୁ ତଦନ୍ତ କରିବା ପାଇଁ ମୁଁ ଜେଇଙ୍କୁ କହିବି । ବର୍ତ୍ତମାନ ସ୍ଵଚ୍ଛ ଭରତ ମିଶନ କାର୍ଯ୍ୟକ୍ରମ ବନ୍ଦ ହୋଇଗଲା ଏହାର ତଦନ୍ତ କରିବା ପରେ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ।