କରୋନା ଯୋଦ୍ଧା ଅଙ୍ଗନବାଡି ଓ ଆଶା କର୍ମୀ ସମ୍ମାନିତ

ବୋରିଗୁମ୍ମା: ବୋରିଗୁମ୍ମା ସ୍ଥିତ ଡାକ ବଙ୍ଗଳା ଠାରେ କରୋନା ଯୋଦ୍ଧା ଅଙ୍ଗନବାଡି ଓ ଆଶା କର୍ମୀଙ୍କୁ ସମ୍ମାନିତ କରାଯାଇଛି । ଓଡ଼ିଶା ରାଇଜିଙ୍ଗ ଫାଉଣ୍ଡେସନ ତରଫରୁ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ଜୟପୁର ବିଧାୟକ ଶ୍ରୀତାରାପ୍ରସାଦ ବାହିନୀପତି ଯୋଗ ଦେଇଥିଲେ । ତାଙ୍କ ବକ୍ତବ୍ୟରେ ସେ କହିଥିଲେ ଯେ କରୋନା ମହାମାରୀ ସମୟରେ ଆଶା ଓ ଅଙ୍ଗନବାଡି କର୍ମୀ ଅବଦାନ ଅତୁଳନୀୟ। ସେମାନେ ମହାମାରୀ ସମୟରେ ଲୋକଙ୍କୁ ସଚେତନ ସହ କରୋନା ସହ ଲଡିଥିଲେ । ପ୍ରକୃତରେ ସେମାନେ କୋବିଡ଼ ଯୋଦ୍ଧା । ଓଡିଶା ରାଇଜିଙ୍ଗ ଫାଉଣ୍ଡେସନର ମୁଖ୍ୟ ଅକ୍ଷୟ ସାଗର କହିଥିଲେ ଯେ ଓଡିଶା ରାଇଜିଙ୍ଗ ଫାଉଣ୍ଡେସନ ରାଜ୍ୟର ୩୦ ଗୋଟି ଜିଲ୍ଲାରେ କାର୍ଯ୍ୟ କରୁଛି । ଶିକ୍ଷା,ପରିବେଶ, ସମାନତା,ନିଯୁକ୍ତି ସୁଯୋଗ ଓ କୋବିଡ଼-୧୯ ପାଇଁ ଫାଉଣ୍ଡେସନ କାର୍ଯ୍ୟ କରୁଛି । ବିଧାୟକଙ୍କ ପ୍ରଚେଷ୍ଟାରେ ବୋରିଗୁମ୍ମା ଠାରେ କରୋନା ଯୋଦ୍ଧା ଆଶା ଓ ଅଙ୍ଗନବାଡି କର୍ମୀ ମାନଙ୍କୁ ସମ୍ମାନିତ କରାଯାଇପାରିଲା । ପ୍ରଥମେ ବୋରିଗୁମ୍ମା ମେଡ଼ିକାଲ ରେ କାର୍ଯ୍ୟରତ ଆଶା କର୍ମୀ ମାନଙ୍କୁ ସାଲ,ପ୍ରମାଣ ପତ୍ର ଓ ମାସ୍କ ଦେଇ ସମ୍ମାନିତ କରାଯାଇଥିଲା । ପରେ ବୋରିଗୁମ୍ମା ମହିଳା ଓ ଶିଶୁ ବିକାଶ କାର୍ଯ୍ୟାଳୟ ଅଧିନ ରେ କାର୍ଯ୍ୟରତ ୩୨୭ ଜଣ ଅଙ୍ଗନବାଡି କର୍ମୀ ମାନଙ୍କୁ ବିଧାୟକ ସମ୍ମାନିତ କରାଯାଇଥିଲା । ସେହିଭଳି ଆଇ ସି ଡ଼ି ଏସ ସୁପ୍ରଭାଇଜର ମାନଙ୍କୁ ମଧ୍ୟ କରୋନା ଯୋଦ୍ଧା ଭାବେ ବିଧାୟକ ଶ୍ରୀ ବାହିନୀପତି ସମ୍ମାନିତ କରିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ସମାଜସେବୀ ପ୍ରଫୁଲ୍ଲ ଭତ୍ରା, ବିଧାୟକ ଙ୍କ ପ୍ରତିନିଧି ଅଶୋକ କୁମାର ଗନ୍ତାୟତ, ରାମଚନ୍ଦ୍ର ପାଢୀ,କେ.ସୁଧାକର ଯୋଗ ଦେଇଥିଲେ । ଓଡିଶା ରାଇଜିଙ୍ଗ ଫାଉଣ୍ଡେସନ ର କର୍ମକର୍ତ୍ତା ସାଇରା ସୋନି,ଏ.ଶ୍ରୀବାଲି, ଆଇସା ପ୍ରକାଶ ଉପସ୍ଥିତ ଥିଲେ ।