ମୁମ୍ବାଇ: ଲସ୍ ଆଞ୍ଜେଲସରେ ହେବାକୁଥିବା ୨୦୨୮ ଅଲିମ୍ପିକ୍ସରେ କ୍ରିକେଟକୁସାମିଲ କରାଯାଇଛି । ଏନେଇମୁମ୍ବାଇରେ ·ଲିଥିବା ଅନ୍ତର୍ଜାତୀୟଅଲିମ୍ପିକ୍ କମିଟି (ଆଇଓସି)ରଅଧିବେଶନରେ ମୋହର ବାଜିଛି ।୧୨୮ ବର୍ଷ ପରେ ଅଲିମ୍ପିକ୍ସକୁଫେରିଛି କ୍ରିକେଟ୍ । ଅଲିମ୍ପିକ୍ସରେ ଟି-୨୦ ଫର୍ମାଟରେ କ୍ରିକେଟ୍ ଖେଳାଯିବ ।କ୍ରିକେଟ୍ ବ୍ୟତୀତ ସ୍କ୍ୱାସ୍, ବେସବଲ୍ /ସଫ୍ଟବଲ୍, ଲାକ୍ରୋସ୍ ଏବଂ ଫ୍ଲାଗ୍ଫୁଟବଲକୁ ମଧ୍ୟ ୨୦୨୮
ଅଲିମ୍ପିକ୍ସରେ ସାମିଲ କରିବାକୁଆଇଓସିର ୧୪୧ ତମଅଧିବେଶନରେ ନିଷ୍ପତ୍ତି ହୋଇଛି ।ଆଇଓସି “ଏକ୍ସ’ରେ ଏକ ପୋଷ୍ଟରେକହିଛି, ବେସବଲ୍ / ସଫ୍ଟବଲ୍, କ୍ରିକେଟ୍(ଟି-୨୦), ଫ୍ଲାଗ୍ ଫୁଟବଲ୍, ଲାକ୍ରୋସ୍
(ଷଷ୍ଠ) ଏବଂ ସ୍କ୍ୱାସ୍ ଲସ୍ ଆଞ୍ଜେଲସ୍-୨୦୨୮ର କ୍ରୀଡାର ଅଂଶ ହେବେ ।ଲସ୍ ଆଞ୍ଜେଲସ୍ -୨୮ ଆୟୋଜକକମିଟି ସୁପାରିସ କରିଥିବା ପାଞ୍ଚଟିକ୍ରୀଡାକୁ ସାମିଲ କରିବା ପ୍ରସ୍ତାବଉପରେ ସୋମବାର ଭୋଟିଂ
ହୋଇଥିଲା । ଆଇଓସିର ୯୯ସଦସ୍ୟଙ୍କ ମଧ୍ୟରୁ କେବଳ ଦୁଇଜଣଏହି ପ୍ରସ୍ତାବକୁ ବିରୋଧ କରିଥିଲେ ।ଭୋଟିଂ ପରେ ଆଇଓସି ସଭାପତିଥୋମାସ୍ ବାକ୍ ଅନ୍ୟ କ୍ରୀଡ଼ା ସହିତଅଲିମ୍ପିକ୍ସରେ କ୍ରିକେଟକୁ ସାମିଲକରାଯାଇଥିବଘୋଷଣା କରିଥିଲେ ।ଏହା ପୂର୍ବରୁ କ୍ରିକେଟ୍ କେବଳ ଥରେ୧୯୦୦ ପ୍ୟାରିସ୍ ଅଲିମ୍ପିକ୍ସରେଖେଳାଯାଇଥିଲା । ସେତେବେଳେକ୍ରିକେଟ୍ ଇଭେଣ୍ଟରେ କେବଳ ଦୁଇଟିଦଳ ଇଂଲଣ୍ଡ ଓ ଫ୍ରାନ୍ସ ହିଁ ଭାଗନେଇଥିଲେ । ଫ୍ରାନ୍ସକୁ ପରାସ୍ତକରିଇଂଲଣ୍ଡ ସ୍ୱର୍ଣ୍ଣ ପଦକ ଜିତିଥିଲା ।ଭାରତରେ କ୍ରିକେଟ୍ ର ଲୋକପ୍ରିୟତାକୁଦୃଷ୍ଟିରେ ରଖି ଅଲିମ୍ପିକ୍ସରେ କ୍ରିକେଟ୍ସାମିଲ କରିବାକୁ ଆଇସିସିର ପ୍ରସ୍ତାବକୁବିସିସିଆଇ ସମର୍ଥନ କରିଥିଲା ।ବିସିସିଆଇ ୨୦୨୧ରେ ନିଜ ମତବଦଳାଇ ଅଲିମ୍ପିକ୍ସରେ କ୍ରିକେଟକୁସାମିଲ କରିବା ପ୍ରସ୍ତାବକୁ ସମର୍ଥନକରିଥିଲା । ଏହା ପୂର୍ବରୁ ଏହି ପ୍ରସଙ୍ଗରେଭାରତୀୟ ବୋର୍ଡ ସନ୍ଦିହାନ ଥିଲା ।ଅଲିମ୍ପିକ୍ସରେ ସାମିଲ ହେଲେ କ୍ରିକେଟ୍ଖେଳ ଏହାର ସ୍ୱାୟତ୍ତତା ହରାଇବବୋଲି ବିସିସିଆଇ ଆଶଙ୍କା ବ୍ୟକ୍ତକରିଥିଲା । ଇଟାଲୀର ଅଲିମ୍ପିକ୍ ·ମ୍ପିଅନ୍ସୁଟର ତଥା ଲସ୍ ଆଞ୍ଜେଲ୍ସର କ୍ରୀଡାନିଦେ୍ର୍ଦଶକ ନିକୋଲୋ କ୍ୟାମ୍ପ୍ରିଆନିବିରାଟ କୋହଲିଙ୍କ ଲୋକପ୍ରିୟତାରଉଦାହରଣ ଦେଇଛନ୍ତି । ସେ କହିଛନ୍ତି,ବିଶ୍ୱର ଦ୍ୱିତୀୟ ଲୋକପ୍ରିୟ ଖେଳକୁସ୍ୱାଗତ କରି ଆମେ ଆନନ୍ଦିତ, ଯାହାରସାରା ବିଶ୍ୱରେ ୨.୫ ବିଲିୟନରୁ ଅଧିକପ୍ରଶଂସକ ଅଛନ୍ତି । ଲସ୍ ଆଞ୍ଜେଲସରେକାହିଁକି ବୋଲି ଆପଣମାନଙ୍କ ମଧ୍ୟରୁକେତେକ ଭାବୁଥିବେ ଆମେରିକକ୍ରିକେଟର ବିକାଶ ପାଇଁ ଆମେପ୍ରତିଶ୍ରୁତିବଦ୍ଧ । ଚଳିତ ବର୍ଷ ମେଜରଲିଗ୍ କ୍ରିକେଟ୍ ବେଶ୍ ସଫଳ ହୋଇଛିବୋଲି ସେ କହିଛନ୍ତି । କ୍ୟାମ୍ପ୍ରିଆନିକହିଛନ୍ତି, ଆସନ୍ତା ବର୍ଷ ଆମେରିକାଏବଂ ୱେଷ୍ଟଇଣ୍ଡିଜରେ ମଧ୍ୟ ଟି-୨୦ ବିଶ୍ୱକପ ଅନୁଷ୍ଠିତ ହେବ ।ଏହାଛଡ଼ା ଯୁବକମାନଙ୍କ ପାଇଁଖେଳକୁ ପ୍ରାସଙ୍ଗିକ ରଖିବା ଲାଗିଡିଜିଟାଲ୍ ଉପସ୍ଥିତି ଆବଶ୍ୟକ ।ଏଠାରେ ମୋର ବନ୍ଧୁ ବିରାଟ(କୋହଲି)ଙ୍କ ସୋସିଆଲମିଡିଆରେ ୩୪ କୋଟିରୁ ଅଧିକପ୍ରଶଂସକ ଅଛନ୍ତି । କୋହଲିହେଉଛନ୍ତି ବିଶ୍ୱର ତୃତୀୟ ସର୍ବାଧିକପ୍ରଶଂସକ ଥିବା ଆଥଲେଟ୍ ।ଆଇଓସି ସଭାପତି ଥୋମାସ୍ ବାକ୍କହିଛନ୍ତି, ଆମେରିକାର କ୍ରୀଡାସଂସ୍କୃତିକୁ ଦୃଷ୍ଟିରେ ରଖି ଏବଂଆନ୍ତର୍ଜାତୀୟ କ୍ରୀଡାକୁ ଆମେରିକାକୁଆଣିବା ପାଇଁ ଏହି ପାଞ୍ଚଟି କ୍ରୀଡାଚୟନ କରାଯାଇଛି । ଆଇସିସି ଏକବିବୃତ୍ତିରେ କହିଛି, ୧୯୦୦ ପରେପ୍ରଥମ ଥର ପାଇଁ ଅଲିମ୍ପିକ୍ସରେକ୍ରିକେଟ୍ ସାମିଲ କରାଯାଇଛି ।ଅଲିମ୍ପିକ୍ ମୂଲ୍ୟବୋଧ ଅନୁରୂପ ଓଆଥଲେଟ୍, ପ୍ରଶଂସକ, ଅଂଶୀଦାରଏବଂ ସ୍ଥାନୀୟ ଲୋକଙ୍କୁ ଚମକ୍ରାରଅନୁଭୂତି ପ୍ରଦାନ ପାଇଁ ଏକ ପ୍ରସ୍ତାବସୃଷ୍ଟି କରିବାକୁ ଆଇସିସି କଠିନପରିଶ୍ରମ କରିଥିଲା ।