ବାଲେଶ୍ୱର: କ୍ଷେତ ନିକଟରୁ ଦୁଇଟି କଟା ଗୋଡ଼ ଉଦ୍ଧାର ହୋଇଛି । ଜାତୀୟ ରାଜପଥର ଜଳେଶ୍ୱର ଥାନା ଅନ୍ତର୍ଗତ ଜମାଲପୁର ନିକଟ କ୍ଷେତ ପାଖରୁ ଏହି କଟା ଗୋଡ଼ ଉଦ୍ଧାର ହୋଇଛି । ଚାଷ କାମ କରିବାକୁ ଯାଉଥିବା ବେଳେ ସେଠାରେ କଟା ଗୋଡ଼ ଦେଖି ଭୟଭିତ ହୋଇପଡିବା ସହ ତୁରନ୍ତ ଏ ସମ୍ପର୍କରେ ପୋଲିସକୁ ଜଣାଇଥିଲେ ସ୍ଥାନୀୟ ଲୋକେ । ପୋଲିସ ପହଂଚି କଟାଗୋଡ଼କୁ ଜବତ କରିବା ସହ ଘଟଣାର ଛାନଭିନ୍ ଆରମ୍ଭ କରିଛି । ଏହି କଟା ଗୋଡ଼ କାହାର, ଏଠାକୁ କିପରି ଆସିଲା, ପୋଲିସ ସେନେଇ ତଦନ୍ତ ଆରମ୍ଭ କରିଛି । ଘଟଣାସ୍ଥଳରୁ ଜବତ ଗୋଡ଼ ଦୁଇଟିକୁ ପୁଲିସ ଜବତ କରିବା ସହ ଏହାକୁ ପରୀକ୍ଷା ପାଇଁ ବାଲେଶ୍ୱର ଫରେନସିକ୍ ଲ୍ୟାବକୁ ପଠାଇଛି ।