ସମ୍ବଲପୁର: ସମ୍ବଲପୁର ସଦର ଫରେଷ୍ଟ ରେଞ୍ଜ୍ ଅନ୍ତର୍ଗତ କୁଡେରନିଶା ଗ୍ରାମରେ ଏକ ଦନ୍ତା ହାତୀର ଉତ୍ପାତ ଦେଖିବାକୁ ମିଳିଛି । ଗତକାଲି ରାତିରେ ଶୋଇଥିବା ବେଳେ ଦୁଇ ଶ୍ରମିକଙ୍କୁ ଦଳି ମାରିଛି ହାତୀ । ଅବଶ୍ୟ ଜଣେ ଅନ୍ୟ ଜଣେ କୌଣସି ପ୍ରକାରେ ନିଜ ଜୀବନ ବଂଚାଇବାରେ ସଫଳ ହୋଇଛନ୍ତି । ମୃତକ ଦ୍ୱୟ ହେଲେ ଜୟଲାଲ ମିର୍ଦ୍ଧା ଓ ତେଲେଙ୍ଗା ଓରାମ । ଉଭୟଙ୍କ ଘର ବରଗଡ଼ ଜିଲ୍ଲା ଅତାବିରା ଥାନା ଅନ୍ତର୍ଗତ ଯୁନାନୀ ଗ୍ରାମରେ ବୋଲି ଜଣାପଡିଛି । ଖବର ପାଇ ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଂଚି ଛାନଭିନ୍ ଆରମ୍ଭ କରିଛନ୍ତି । ଡ଼ିଏଫଓ ଦୁଇ ମୃତକଙ୍କ ପରିବାରକୁ ୪୦ ହଜାର ଟଙ୍କା ଲେଖାଏଁ ସହୟତା ରାଶି ପ୍ରଦାନ ପାଇଁ ଘୋଷଣା କରିଛନ୍ତି । ଧମା ଥାନା ପୋଲିସ ମୃତକମାନଙ୍କ ଶବ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଛି ।
ପ୍ରକାଶ ଥାଉକି, ଗତ କିଛି ଦିନ ହେଲା ହାତୀଟି ସ୍ଥାନୀୟ ଅଂଚଳରେ କେତେକଙ୍କ ଘର ଭାଙ୍ଗିବା ସହ ବ୍ୟାପକ ଫସଲ ଦଳିଚକଟି ନଷ୍ଟ କରିଥିବା ଅଭିଯୋଗ ହେଉଛି ।