ଦରଦାମ ଆକାଶ ଛୁଆଁ : ମିଳୁନି ପେଟ୍ରୋଲ ଡିଜେଲ

ସମଗ୍ର ନିଶ୍ଚିନ୍ତକୋଇଲି ଅଞ୍ଚଳରେ ବେସରକାରୀ ଗାଡି ଚାଳକ ସ ସଂଘ ଦ୍ୱାରା ୧୦ ଦଫା ଦାବି ନେଇ ଚାଲିଥିବା ଆନ୍ଦୋଳନ ଦ୍ୱିତୀୟ ଦିବସରେ ପହଞ୍ଚିଛି । ଏହି ଆନ୍ଦୋଳନ ଦ୍ୱାରା ଗମନା ଗମନରେ ନାହିଁ ନଥିବା ଦୁର୍ଦ୍ଦଶାର ସମ୍ମୁଖିନ ହେଉଛନ୍ତି । କଟକ ଚାନ୍ଦବାଲି ରାସ୍ତାର ଉଭୟ ପାଶ୍ୱର୍ରେ ଶହ ଶହ ସଂଖ୍ୟାରେ ଟ୍ରକ ବସ ଓ ଯାନବାହାନ ଗମନା ଗମନ କରିନପାରି ଠିଆ ହୋଇଥିବାର ଦେଖିବାକୁ ମିଳିଛି । ଏପରିକି ଏହି ଟ୍ରକଗୁଡିକରେ ଦୂର ଦୂରାନ୍ତରୁ ଆସିଥିବା ଖାଦ୍ୟ ଦ୍ରବ୍ୟ ପଚିଯିବାକୁ ବସିଲାଣି ।

ଖାଦ୍ୟ ଦ୍ରବ୍ୟ ଟ୍ରକ୍‌ ଯୋଗେ ନ ଆସିପାରିବା କାରଣରୁ ସ୍ଥାନୀୟ ବଜାରରେ ଖାଉଟି ଦ୍ରବ୍ୟର ବ୍ୟାପକ କଳାବଜାର ହେବା ସହ ମୁନଫାଖୋର ବ୍ୟବସାୟୀମାନେ ଚଢା ଦରରେ ଅତ୍ୟାବଶ୍ୟକୀୟ ସାମଗ୍ରୀରେ ବିକ୍ରୟ କରୁଥିବାର ଅଭିଯୋଗ ହୋଇଛି । ଏପରିକି ଏହି ଅଞ୍ଚଳରେ ପେଟ୍ରୋଲ ଡିଜେଲ ମିଳୁନଥିବାର ଅଭିଯୋଗ ହୋଇଛି । ପ୍ରଶାସନ ତରଫରୁ ଏ ଦିଗରେ କୌଣସି ପଦକ୍ଷେପ ଗ୍ରହଣ କରାଯାଉ ନ ଥିବା କାରଣରୁ ସାଧାରଣରେ ଗଭୀର ଅସନ୍ତୋଷ ପ୍ରକାଶ ପାଇଛି ।

#odishanews #strike#Dardam #petrol #diesel