ଦାଉଦ ସହଯୋଗୀ ଅବଦୁଲ ମାଜିଦ୍ ଝାଡ଼ଖଣ୍ଡରୁ ଗିରଫ

ଗୁଜୁରାଟ: ଆଣ୍ଟି ଟେରରିଜମ୍ ସ୍କ୍ୱାଡକୁ ବଡ଼ ସଫଳତା ।ଗୁଜୁରାଟ ଏଟିଏସ୍ ଅଣ୍ଡରଓ୍ୱାର୍ଲ୍ଡ ଡନ୍ ଦାଉଦ୍ ଇବ୍ରାହିମଙ୍କ ନିକଟତମ ସହଯୋଗୀ ଅବଦୁଲ୍ ମାଜିଦ କୁଟ୍ଟିକୁ ଗିରଫ କରିଛି । ଅବଦୁଲ ମାଜି୍ ଝାରଖଣ୍ଡରୁ ଗିରଫ ହୋଇଛନ୍ତି । ସେ ଗତ ୨୪ ବର୍ଷ ହେଲା ଫେରାର ଥିଲେ । ଏଟିଏସ୍ ଅଧିକାରୀଙ୍କ ଅନୁଯାୟୀ, ଅବଦୁଲ୍ ମାଜିଦ୍ କୁଟି ୧୯୯୬ମସିହାରେ ୧୦୬ଟି ପିସ୍ତଲ, ପ୍ରାୟ ୭୫୦କାଟ୍ରିଜ୍ ଏବଂ ପ୍ରାୟ ଚାରି କିଲୋଗ୍ରାମ ଆରଡିଏକ୍ସ ଏକତ୍ରିତ କରିବା ମାମଲାରେ ଜଡ଼ିତ ଥିଲେ। ଅଧିକାରୀଙ୍କ କହିବାନୁସାରେ, ଏହି ମାମଲାରେ ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲେ ମଧ୍ୟ ମାଜିଦ ସେବେଠାରୁ ଫେରାର ଥିଲା। ଏବେ ତାକୁ ଗିରଫ କରିବାରେ ଏଟିଏସ ସଫଳ ହୋଇଛି। ଦାଉଦ ଇବ୍ରାହିମଙ୍କ ଘନିଷ୍ଠ ସହଯୋଗୀ ଅବଦୁଲ ମାଜିଦର ଗିରଫ ଗୁଜୁରାଟ ଏଟିଏସର ଏକ ପ୍ରମୁଖ ସଫଳତା ବୋଲି ବିବେଚନା କରାଯାଉଛି ।