ଗଞ୍ଜାମ : ଗଞ୍ଜାମ ଜିଲ୍ଲାର ଅନେକ ଓଡିଅ। ସୁରତ ଉପରେ ନିର୍ଭର କରୁଥିବା ବେଳେ ଅ।ସିକା ମଙ୍ଗଳପୁର ଗାଁର ଭଗବାନ ନାୟକ ନାମକ ବ୍ୟକ୍ତି ମଧ୍ୟ ସେଠାରେ କାମ କରୁଥିଲେ । ତେବେ ଗଲା କିଛି ଦିନ ହେବ ସେ ଅସୁସ୍ଥ ହୋଇ ସୁରତ ପାଣ୍ଡେସରା ଠାରେ ଥିବା ପ୍ରିୟା ନାମକ ଏକ ଘରୋଇ ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ । କିନ୍ତୁ, ଗତକାଲି ତାଙ୍କର ମୃତ୍ୟୁ ପରେ 85 ହଜାର ଟଙ୍କା ଚିକିତ୍ସା ବାବଦ ଖର୍ଚ୍ଚ ଦାବି କରିଥିଲେ ମେଡିକାଲ କର୍ତ୍ତୃପକ୍ଷ । ଟଙ୍କା ଦେବାରେ ବିଳମ୍ବ ହେତୁ ମେଡିକାଲ କର୍ତ୍ତୃପକ୍ଷ ମୃତଦେହକୁ ରାସ୍ତା କଡରେ ଥୋଇ ଦେଇ ଚାଲିଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ସେପଟେ ଏହି ଘଟଣା ସ୍ଥାନିୟ ପ୍ରଶାସନ ଜାଣିବା ପରେ ଶବକୁ ଉଦ୍ଧାର କରିବା ସହ ଘଟଣାର ତଦନ୍ତ ଅ।ରମ୍ଭ କରିଥିବା ସୂଚନା ମିଳିଛି ।