ଦେଓଗାଁ ଚିନି କାରଖାନାକୁ ପୁନଃ କାର୍ଯ୍ୟକ୍ଷମ କରାଯିବାକୁ ଦାବି

ବଲାଙ୍ଗିର : ଦେଓଗାଁ ଠାରେ ୨୦୧୩ ରୁ ବନ୍ଦ ହୋଇ ପଡ଼ିଥିବା ବିଜୟା ନନ୍ଦ ଚିନି କାରଖାନାକୁ ପୁନଃ କାର୍ଯ୍ୟକ୍ଷମ କରାଯିବାକୁ ବିଭିନ୍ନ ସଂଗଠନ ପକ୍ଷରୁ ଆଲୋଚନା କରାଯାଇ ଏହାର ବିଭିନ୍ନ ଦିଗକୁ ବିଚାର କରାଯାଇ ପୁନର୍ବାର କାର୍ଯ୍ୟକ୍ଷମ କରାଯିବାକୁ ସମଗ୍ର ଓଡିଶା କୃଷି ଭିତ୍ତିକ ଶିଳ୍ପ କାର୍ଯ୍ୟକ୍ଷମ ଆନ୍ଦୋଳନ ପକ୍ଷରୁ ଦାବି କରାଯାଇଛି । ପଶ୍ଚିମ ଓଡିଶାର ବଲାଙ୍ଗିର, କଳାହାଣ୍ଡି, ନୂଆପଡ଼ା, ସୋନପୁର, ବୌଦ୍ଧ, ଫୁଲବାଣୀ, କନ୍ଧମାଳ, ବରଗଡ ଜିଲ୍ଲାର ୧୦ ଲକ୍ଷରୁ ଉର୍ଦ୍ଧ୍ବ ଆଖୁଚାଷ କରୁଥିବା ଚାଷୀ ୫୦୦୦ କର୍ମଚାରୀ ଓ ଶ୍ରମିକ ତାଙ୍କର ଜୀବିକା ହରାଇଛନ୍ତି । ଏହା ପୂର୍ବରୁ ଅନେକ ଆନ୍ଦୋଳନ ହୋଇଥିଲେ ମଧ୍ୟ କେହି ଏ ଦିଗରେ ପଦକ୍ଷେପ ନେଇ ନ ଥିବାରୁ ଯାଦବ ଭବନ ଠାରେ ବୈଠକରେ ବିଭିନ୍ନ ସଂଗଠନର ନେତୃବୃନ୍ଦ ଅଂଶ ଗ୍ରହଣ କରି ସୁଚିନ୍ତିତ ମତାମତ ଦେଇଥିଲେ । ବିଭିନ୍ନ ଦିଗରୁ ବିଶ୍ଳେଷଣ କରାଯାଇଛି ଏବଂ ଏହି ଅଞ୍ଚଳରେ ଅନ୍ୟାନ୍ୟ କାରଖାନା ଅପେକ୍ଷା କୃଷିଭିତ୍ତିକ କାରଖାନା ଅଂଚଳର ବିକାଶ ହୋଇ ଅନେକ କର୍ମ ସଂସ୍ଥାନ ବ୍ୟବସ୍ଥା ହୋଇପାରିବ ବୋଲି ମତ ପ୍ରକାଶ ପାଇଛି ।