ସୂଚନା ଓ ଲୋକ ସମ୍ପର୍କ ବିଭାଗ ଉପନିର୍ଦେଶକଙ୍କ ମାଲକାନଗିରି ଗ୍ରସ୍ତ

ମାଲକାନଗିରି : ସୂଚନା ଓ ଲୋକସଂପର୍କ ବିଭାଗର ଦକ୍ଷିଣାଞ୍ଚଳର ଉପନିର୍ଦେଶକ ଗୁରୁଵୀର ସିଂ ମାଲକାନଗିରି ଜିଲ୍ଲା ଗସ୍ତକରି ସୂଚନା ଓ ଲୋକସଂପର୍କ ବିଭାଗ କାର୍ଯ୍ୟାଳୟ ପରିଦର୍ଶନ କରିଥିଲେ । ଏହି ଅବସରରେ ମାଲକାନଗିରି ଭଳି ଉପାନ୍ତ ଅଞ୍ଚଳରେ ଦୀର୍ଘଦିନ ଧରି କାର୍ଯ୍ୟରତ ଏହି ଗୁରୁତ୍ୱପୂର୍ଣ୍ଣ ବିଭାଗର କାର୍ଯ୍ୟ ଶୈଳୀ, ହିସାବ ବିବରଣୀ ଆଦି ସହ କର୍ମଚାରୀ ମାନଙ୍କର ସମସ୍ତ ସୁବିଧା ଅସୁବିଧା ସମ୍ପର୍କରେ ସବିଶେଷ ଅନୁଧ୍ୟାନ କରିବା ସହ ଜିଲ୍ଲା ପାଠାଗାର ବୁଲି ଦେ ଖିଥିଲେ । ଆଗାମୀ ଦିନରେ ଆଦିବାସୀ ଅଧ୍ୟୁଷିତ ଏହି ଜିଲ୍ଲା ରେ ବିଭାଗୀୟ କାର୍ଯ୍ୟରେ ଅଧିକ ପାରଦର୍ଶିତ ଆଣିବା ନିମନ୍ତେ ନିର୍ଦେଶ ଦେଇଥିଲେ । ତାସହ ଜିଲ୍ଲାର ବିଭିନ୍ନ ସ୍ଥାନରେ ଲଗାଯାଇଥିବା ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ହୋର୍ଡିଂ ମାନ ଅନୁଧ୍ୟାନ କରିଥିଲେ । ଏହି ପରିଦର୍ଶନ ସମୟରେ ଜିଲ୍ଲା ସୂଚନା ଲୋକସ ମ୍ପର୍କ ଅଧିକାରୀ ସୁଶ୍ରୀ ସ୍ନିଗ୍ଧା ଚୌଧୁରୀଙ୍କ ସମେତ ହରେ କୃଷ୍ଣ କିର୍ତାନୀୟ।,ରଞ୍ଜନ କୁମାର ମହାନ୍ତି, ଜ୍ୟୋତ୍ସ୍ନା ମୟୀ ଆଚାର୍ଯ୍ୟ,ପ୍ରମୁଖ ଉପସ୍ଥିତ ଥିଲେ ।