ଡେରାବିଶ : ଡେରାବିଶ ବ୍ଲକ ହରିଅଙ୍କ ଗ୍ରାମପଞ୍ଚାୟତ ଅନ୍ତର୍ଗତ ହରିଅଙ୍ଗ ଜେନାସାହିର ଜଦୁନାଥ ଜେନାଙ୍କ ଘରେ ଗତ ମଙ୍ଗଳବାର ମଧ୍ୟ ରାତ୍ରୀରେ ଅଗ୍ନିକାଣ୍ଡ ଘଟି ଚାରି ପରିବାରଙ୍କ ବାସଗୃହ ସହ ଗୁହାଳ, ଓ ଆଠଟି ଛେଳି ଜୀବନ୍ତ ଦଗ୍ଧ ହୋଇ ଜାଇଥିଲା । ଏହି ଖବର ପାଇ ନିଶ୍ଚିନ୍ତକୋଇଲି ଦମକଳ ବାହିନୀ ସେଠାରେ ପହଞ୍ଚି ନିଆଁକୁ ଆୟତ କରିଥିଲେ । କିନ୍ତୁ ସେତେ ବେଳକୁ ଯଦୁନାଥଙ୍କ ଘର ପ୍ରାୟତଃ ସମ୍ପୂର୍ଣ ଜଳି ସାରିଥିଲା । ଏହି ଖବର ପାଇବା ମାତ୍ରେ କେନ୍ଦ୍ରାପଡ଼ା ଜିଲ୍ଲା ତଥା ଡେରାବିଶ ବ୍ଲକ୍ ବିଜେଡି ସଭାପତି ଦେବାଶିଷ ଆଚାର୍ଯ୍ୟ ଯଦୁନାଥଙ୍କ ଘରେ ପହଞ୍ଚି ଆର୍ଥିକ ସହାୟତାର ହାତ ବଢାଇ ଥିଲେ ଏବଂ ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ କେନ୍ଦ୍ରାପଡ଼ା ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ବିଜୁ ଜନତା ଦଳର ଶ୍ରୀଯୁକ୍ତ ଦେବରାଜ ମହାପାତ୍ର, ବିଜୟ ସାହୁ, ବିଜୟ ପରିଡା, ମନ୍ମୟରଞ୍ଜନ ସ୍ବାଇଁ, ସାମ୍ୱାଦିକ ଜୟନ୍ତ ଶତପଥୀ, କୈଳାଶ ପରିଡା, ପ୍ରଶାନ୍ତ ସାମନ୍ତରାୟ, ପ୍ରମୁଖ ଉପସ୍ଥିତ ରହି ସେମାନଙ୍କ ଘର ପାଇଁ ସରକାରୀ ଯୋଜନାରେ ଅନ୍ତର୍ଭୁକ୍ତ କରିବାକୁ ଜିଲ୍ଲପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।