ଟିଟିଲାଗଡ଼ ଲାୟଂସ କ୍ଳବ ତରଫରୁ ଖୋଲାନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଟୀକା ନେଇଥିବା ଲୋକଙ୍କୁ ରାସନ ସାମଗ୍ରୀ ବଣ୍ଟନ

ଟିଟିଲାଗଡ଼ : କେନ୍ଦ୍ର ସରକାରଙ୍କ କୋଭିଡ ସଂକ୍ରମଣକୁ ରୋକିବା ପାଇଁ ସମଗ୍ର ଦେଶରେ ଜୁନ ୨୧ ତାରିଖରୁ ଟୀକାକରଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଏହି ଟୀକାକରଣ ଅଭିଯାନ ଅନ୍ତର୍ଗତ ୧୮ ବର୍ଷରୁ ଉର୍ଦ୍ଧ୍ବ ବୟସର ଲୋକ ମାନଙ୍କ ପାଇଁ ମାଗଣାରେ ବିଭିନ୍ନ ସ୍ୱାସ୍ଥ୍ୟ କେନ୍ଦ୍ର, ସ୍କୁଲ, ଏବଂ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଟୀକା ଯୋଗାଇ ଦିଆଯାଉଛି । ଏହି ପରିପ୍ରେକ୍ଷୀରେ ଆଜି ଟିଟିଲାଗଡ଼ ନିକଟସ୍ଥ ଖୋଲାନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଲୋକଙ୍କୁ ଟୀକା ନେବାକୁ ପ୍ରୋତ୍ସାହିତ କରିବା ପାଇଁ ଏବଂ ଲୋକ ଯେପରି ସ୍ଵଇଚ୍ଛାରେ ଟୀକାଦାନ କେନ୍ଦ୍ରକୁ ଆସି ଟୀକା ନେବେ ସେଥିପାଇଁ ଓଡ଼ିଶା ସୋସାଇଟି ଅଫ ଆମେରିକାସ -ହେଲଥ ଏଣ୍ଡୱେଲନେସ ଗ୍ରୁପ ଏବଂ ଲାୟନସ କ୍ଳବ ଟିଟିଲାଗଡର ମିଳିତ ଆନୁକୂଲ୍ୟରେ ୧୦୦ ଜଣ ଟିକା ନେଇଥିବା ଲୋକଙ୍କୁ ରାସନକିଟ ବଣ୍ଟନ କରାଯାଇଛି । ଏହି ଅବସରରେ ଲାୟନସ କ୍ଳବର ସଂପାଦକ ଦୀପକ ପୃଷ୍ଟି, ବରିଷ୍ଠ ସଦସ୍ୟ ଶ୍ରୀ ସଞ୍ଜୟ ସାହୁ, ସତ୍ୟ ନାରାୟଣ ଶର୍ମା, ଲିଙ୍ଗରାଜ ସାହୁ, ସନ୍ତୋଷ ମହାନ୍ତି, ଆଶୀର୍ବାଦ ମହାପାତ୍ର, ଲିଓ ଶାହିଲ ମେମନ, ପୁରୁଷୋତ୍ତମ ଖେମକା ଉପସ୍ଥିତ ଥିଲେ ।