ରାଜନୀତିରେ ପାଣ୍ଡିଆନଙ୍କ ନୂଆ ଇନିଂସ

Don't run after a job and focus on business

ଭୁବନେଶ୍ୱର, ୨୭ା୧୧ : ସବୁ କଳ୍ପନାଜଳ୍ପନାର ଅବସାନ । ରାଜନୀତି ମଇଦାନରେ ଭିକେ ପାଣ୍ଡିଆନ । ଆଜି ବିଧିବଦ୍ଧ ଭାବରେ ମୁଖ୍ୟମନ୍ତ୍ରୀ ଓ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ବିଜେଡିରେ ସାମିଲ ହୋଇଛନ୍ତି । ଦଶହରାରେ ଆଇଏଏସ ଚାକିରି ଛାଡିଥିଲେ ଆଉ କାର୍ତ୍ତିକ ପୂର୍ଣ୍ଣିମାରେ ରାଜନୈତିକ ଯାତ୍ରା ଆରମ୍ଭ କରିଛନ୍ତି ପାଣ୍ଡିଆନ । ନବୀନ ନିବାସରେ ମୁଖ୍ୟମନ୍ତ୍ରୀ, ବରିଷ୍ଠ ନେତା ଓ ମନ୍ତ୍ରୀଙ୍କ ଉପସ୍ଥିତିରେ ବିଜେଡିରେ ସାମିଲ ହୋଇଛନ୍ତି । ତାଙ୍କୁ ଦଳକୁ ସ୍ୱାଗତ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀଙ୍କୁ ପ୍ରାଣାମ କରି ଆଶୀର୍ବାଦ ନେଇଥିଲେ ସେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ, ବହୁବର୍ଷ ହେବ ପାଣ୍ଡିଆନ ରାଜ୍ୟବାସୀଙ୍କ ପାଇଁ କଠିନ ପରିଶ୍ରମ କରିଛନ୍ତି । ଏବେ ବିଜେଡି ପାଇଁ ସଦସ୍ୟ ଭାବରେ ସେଭଳି କାର୍ଯ୍ୟ ଜାରି ରଖିବେ । ଆଜି ସକାଳ ପ୍ରାୟ ୯ଟା ବେଳକୁ ନବୀନ ନିବାସରେ ପହଞ୍ôଚଥିଲେ ବିଜେଡିର ଏକାଧିକ ମନ୍ତ୍ରୀ, ବିଧାୟକ ଓ ସାଂସଦ । ପରେ ପହଞ୍ôଚଥିଲେ ଭିକେ ପାଣ୍ଡିଆନ । ଦିନ ୧୦.୧୫ ମିନିଟରେ ସେ ବିଜେଡିରେ ବିଧିବଦ୍ଧ ଭାବେ ଯୋଗଦେଇଥିଲେ । ବିଜେଡିରେ ଯୋଗଦାନ ପରେ ସୋସିଆଲ୍‌ ମିଡିଆରେ ସବୁଆଡୁ ତାଙ୍କୁ ଶୁଭେଚ୍ଛା ଓ ଶୁଭକାମନାର ସୁଅ ଛୁଟିବାରେ ଲାଗିଛି । ହଜାର ହଜାର ସଂଖ୍ୟାରେ ଲୋକମାନେ ତାଙ୍କୁ ଅଭିନନ୍ଦନ ଜଣାଉଛନ୍ତି । କେହି କେହି ନବୀନ ଓଡ଼ିଶାର କର୍ମଯୋଗୀ ଆଖ୍ୟା ତାଙ୍କୁ ପ୍ରଦାନ କରୁଛନ୍ତି ତ ଆଉ କେହି କହୁଛନ୍ତି ନିଃସ୍ୱାର୍ଥପର ବ୍ୟକ୍ତିତ୍ୱ । ପ୍ରଗତି ପଥରେ ନବୀନ ପରିବର୍ତ୍ତନ ହେଉ କିମ୍ବା ଐତିହ୍ୟ, ସଂସ୍କୃତି ଓ ସୁରକ୍ଷାର ଜାଗ୍ରତ ପ୍ରହରୀ ବୋଲି ତାଙ୍କୁ ଅବିହିତ କରାଯାଇଛି । ଲୋକଙ୍କୁ ଜଣେ ନିଜ ପରିବାର କଲେ ଏବଂ ସେହି ପଥରେ ଜଣେ ଆଇଏଏସ •କିରି ଛାଡିଲେ ବୋଲି ‘ଏକ୍ସ’ରେ ଲୋକେ ଉଲ୍ଲେଖ କରି ଶୁଭେଚ୍ଛା ଜଣାଇଛନ୍ତି । କିଛି ପୋଷ୍ଟର ମଧ୍ୟ ଏଭଳି ଭାଇରାଲ୍‌ ହେବାରେ ଲାଗିଛି ଯେଉଁଥିରେ ଉଲ୍ଲେଖ ରହିଛି, ଓଡ଼ିଶାର ପ୍ରଗତି ଓ ପରିବର୍ତ୍ତନ ପାଇଁ ଏ ପାଦ କେବେ ଅଟକିନି କି ଅଟକିବ ନାହିଁ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକନୀତିକୁ ଆଜି ଗାଁ ଗାଁରେ ପରିଚିତ କରାଇବାରେ ଯାହାଙ୍କର ରହିଛି ପ୍ରମୁଖ ଭୂମିକା ସେହି ବ୍ୟକ୍ତିତ୍ୱଙ୍କୁ ସଭିଏଁ ପ୍ରଶଂସା କରୁଛନ୍ତି । କିଛି ପୋଷ୍ଟରରେ ଉଲ୍ଲେଖ ରହିଛି ଭବିଷ୍ୟତର ଭରସା ଆସ ଗଢିବା ନବୀନ ଓଡ଼ିଶା । କାର୍ତ୍ତିକ ପାଣ୍ଡିଆନଙ୍କୁ କର୍ମଯୋଗୀ ଓ ପ୍ରଗତି ପଥରେ ନବୀନ ପରିବର୍ତ୍ତନ ସୂତ୍ରଧର କୁହାଯାଉଛି । କାର୍ତ୍ତିକ ପାଣ୍ଡିଆନ ବିଜେଡିରେ ଯୋଗଦେବା ପରେ ସାଧାରଣ ଜନତାଙ୍କଠାରୁ ଆରମ୍ଭ କରି ବରିଷ୍ଠ ନେତା, ବିଧାୟକ ଏବଂ ମନ୍ତ୍ରୀମାନେ ଶୁଭେଚ୍ଛା ଜଣାଇଛନ୍ତି । ବିଜେଡିରେ ବିଧିବଦ୍ଧ ଭାବେ ଯୋଗଦେବା ପରେ କାର୍ତ୍ତିକ ପାଣ୍ଡିଆନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ସାଂସଦ ମାନସ ରଞ୍ଜନ ମଙ୍ଗରାଜ । ପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ ଓ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ବିଜେଡିରେ ଯୋଗଦେଇଛନ୍ତି ପାଣ୍ଡିଆନ । ଓଡ଼ିଶା ଓ ସାଢେ଼ •ରିକୋଟି ଓଡ଼ିଆଙ୍କ ପାଇଁ ଏହା ଐତିହାସିକ ମୁହୂର୍ତ୍ତ । ରାଜ୍ୟର ବିକାଶ ପାଇଁ ନିରବଚ୍ଛିତ୍ତ ଉଦ୍ୟମ କରୁଛନ୍ତି କାର୍ତ୍ତିକ ପାଣ୍ଡିଆନ । ଏହାସହ ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି । ଅନ୍ୟପଟେ ବିଜେଡିର ବରିଷ୍ଠ ବିଧାୟକମାନେ ମଧ୍ୟ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି ।

#bjd#DUMANITV#localnews#nabinpattnaik#news#ODISHAlatestnews