ସୀମାରେ DRDO ଲ୍ୟାବ: ଲଓସି ଉପରେ ରହିବ କଡା ନଜର

ନୂଆଦିଲ୍ଲୀ : ସୀମାରେ ଗବେଷଣା ଜାରି ସହିତ ଲଓସି ଉପରେ କଡା ନଜର ରଖିବା ପାଇଁ ଭାରତ ସରକାରଙ୍କ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ ପଦକ୍ଷେପ ଗ୍ରହଣ କରାଯାଇଛି। ଏଠାରେ ରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (DRDO)ର ଥିବା ଦୁଇଟି ଲ୍ୟାବକୁ ମିଶାଇ ଏକ ବଡ ଲ୍ୟାବ କରାଯାଇଛି। ଏହି ଲ୍ୟାବ ଅରୁଣାଚଳପ୍ରଦେଶ ଠାରୁ ଆରମ୍ଭ କରି ଲଦାଖ ଅଂଚଳରେ ଗବେଷଣା କରିବ । ଏହା ସହିତ ସବୁ ଅଂଚଳରେ ଥିବା ଅନ୍ତର୍ଜାତୀୟ ସୀମାରେ ହେଉଥିବା ଶତ୍ରୁ କାର୍ଯ୍ୟ କଳାପ ଉପରେ ମଧ୍ୟ ତୀକ୍ଷଣ ଦୃଷ୍ଟି ରଖିବାକୁ ସକ୍ଷମ ହେବ । DRDO ପକ୍ଷରୁ ମନାଲିଠାରେ ଥିବା ବରଫ ଏବଂ ହିମଖଳନ ଅଧ୍ୟୟନ ସଂସ୍ଥା ଏବଂ ଦିଲ୍ଲୀରେ ଥିବା ରକ୍ଷା ଭୁଭାଗ ଗବେଷଣା ପ୍ରୟୋଗଶାଲାକୁ ମିଶାଇ ଡିଫେନ୍ସଏ ଜିଓ ଏନ୍ଫୋରମେଟିକସ ରିସର୍ଚ୍ଚ ପ୍ରତିଷ୍ଠା କରଯାଇଛି । ଏହି ଲ୍ୟାବ ପାକିସ୍ଥାନ ଏବଂ ଚାଇନାର ପ୍ରତିଟି କାର୍ଯ୍ୟ ଉପରେ ଦୃଷ୍ଟି ରଖି ପାରିବ ବୋଲି କୁହାଯାଉଛି ।