କାହା ସ୍ୱାର୍ଥ ପାଇଁ ୫୫ ଲକ୍ଷ ଟଙ୍କାର ପାନୀୟ ଜଳ ପ୍ରକଳ୍ପ

ଲକ୍ଷ୍ମୀପୁର: କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ୍ ଅନ୍ତର୍ଗତ ଓଡ଼ିଆପେଣ୍ଠ ପଞ୍ଚାୟତର ବିରିଗୁଡ଼ା ଗ୍ରାମରେ ୧୫୦ରୁ ଉର୍ଦ୍ଧ ଘର ଲୋକେ ରହିଥିବା ବେଳେ ପରିବାର ସଂଖ୍ୟା 500 ରୁ ଉର୍ଦ୍ଧ୍ବ ବସବାସ କରୁଛନ୍ତି । ପାଣି ପାଇଁ ବହୁ ଅସୁବିଧା ସମ୍ମୁଖୀନ ହେଉଥିବାର ଗ୍ରାମବାସୀ ନାୟକ ସରପଞ୍ଚ କୁଷ୍ଠ ମାଣ୍ଡିଙ୍ଗା ,ପୂର୍ଣ୍ଣ ଚନ୍ଦ୍ର ମାଣ୍ଡିଙ୍ଗା, ବିଜୟ ମାଣ୍ଡିଙ୍ଗା,ତ୍ରିଲୋଇଚନ ଖରା ଏବଂ ଗ୍ରାମବାସୀ ମିଳିତ ଭାବେ ଅଭିଯୋଗ କରିଛନ୍ତି । ଲୋକଙ୍କ ପାଇଁ ବିରିଗୁଡା ଠାରେ ରାଜ୍ୟ ସରକାରଙ୍କ ଦ୍ୱାରା ଗ୍ରାମ୍ୟ ପାନୀୟ ଜଳର ବିଭାଗରୁ ୫୫ ଲକ୍ଷ୍ୟ ଟଙ୍କାର ଏକ ପ୍ରକଳ୍ପ ୩୦,୦୦୦ ହଜାର ଲିଟର ପାଣି ଟାଙ୍କି ନିର୍ମାଣ କରି ଦୁଇବର୍ଷ ବିତିଯାଇଥିଲେ ସୁଦ୍ଧା ଏପର୍ଯ୍ୟନ୍ତ ପାଣି ଲୋକଙ୍କ ପାଖକୁ ପହଁଞ୍ଚି ପାରିନାହିଁ । ପ୍ରତ୍ୟେକ ଘର ମୁହଁରେ ପାଇପ୍ ପୋତା ହୋଇଛି କିନ୍ତୁ ପାଣି ଆସିପାରୁନାହିଁ । କିନ୍ତୁ ନିର୍ମାଣ ହୋଇ ଦୁଇ ବର୍ଷ ବିତିଯାଇଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ କୋୖଣସି ପ୍ରକାର ପାନୀୟ ଜଳର ସୁବିଧା କରିପାରିଲେ ନାହି । ବିରିଗୁଡ଼ା ଗ୍ରାମବାସୀ ବହୁ ବାର ସ୍ଥାନୀୟ ବ୍ଲକ୍ ପ୍ରଶାସନ ପାଖକୁ ଯାଇ ଅଭିଯୋଗ କୋଳେ ସୁଦ୍ଧା କୌଣସି ପ୍ରକାର ସୁବିଧା ଯୋଗେଇ ଦେଲେ ନାହିଁ । ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି କାହା ସ୍ୱାର୍ଥ ପାଇଁ ନା ଠିକାଦାର ଓ କନିଷ୍ଠ ଯନ୍ତ୍ରୀଙ୍କ ମଧୁଚନ୍ଦ୍ରିକା ରହିଛି ବୋଲି ଗ୍ରାମବାସୀ କହିଛନ୍ତି । କେବେ ପ୍ରଶାସନିକ ଅଧିକାରୀଙ୍କ ନଜର ଏହି ପ୍ରକଳ୍ପ ଉପରେ ପଡିବ ଏବଂ ବିରିଗୁଡା ଗ୍ରାମବାସୀଙ୍କ ପାନୀୟ ଜଳ ସମସ୍ୟା ଦୂର ହେବ ।