ପୂର୍ବ ଭାରତର ଏଜୁକେସନ୍ ହବ୍ ଓଡ଼ିଶା: ନବୀନ ପଟନାୟକ

ଭୁବନେଶ୍ୱର: ଶିକ୍ଷା କ୍ଷେତ୍ରରେ ରାଜ୍ୟ ନିଜ ପ୍ରଭାବ ବଜାୟ ରଖିବା ସହ ପୂର୍ବ ଭାରତର ଏଜୁକେସନ୍ ହବ୍ ଭାବେ ଉଭା ହୋଇଛି ବୋଲି ସମ୍ବଲପୁର ଆଇଆଇଏମ୍ ଶିଳାନ୍ୟାସ ଉତ୍ସବ ଅବସରରେ କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସମ୍ବଲପୁର ଆଇଆଇଏମ୍ ୨୦୧୫ରେ ପ୍ରତିଷ୍ଠା ହୋଇ ଇତିମଧ୍ୟରେ ଦେଶରେ ଏକ ପ୍ରତିଷ୍ଠିତ ଅନୁଷ୍ଠାନ ଭାବେ ନିଜ ଖ୍ୟାତି ଅର୍ଜନ କରି ।ରିଛି । ମାତ୍ର ୫ବର୍ଷ ମଧ୍ୟରେ ଏହା ରାଜ୍ୟର ଅନ୍ୟ ଶିକ୍ଷାନୁଷ୍ଠାନଗୁଡ଼ିକ ମଧ୍ୟରେ ଏକ ସକାରାତ୍ମକ ଛାପ ଛାଡ଼ିାରିଛି । ଏହି କ୍ୟାମ୍ପସ୍ର ଶିଳାନ୍ୟାସ ଅବସରରେ ଭର୍ଚୁଆଲ ମାଧ୍ୟମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ପ୍ରାଚୀନ କାଳରୁ ହିଁ ଓଡ଼ିଶାରେ ଶିକ୍ଷାର ଉତ୍କୃଷ୍ଟ ପରମ୍ପରା ରହିଛି । ଶିକ୍ଷା ଏବଂ ଅନୁସନ୍ଧାନ କ୍ଷେତ୍ରରେ ରାଜ୍ୟରେ ଦ୍ରୁତଗତିରେ ପରିବର୍ତ୍ତନ ଦେଖିବାକୁ ମିଳିଛି ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ସାମିଲ୍ ହୋଇଥିବାରୁ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ରାଜ୍ୟରେ ଆଇଆଇଏମ୍, ଆଇଆଇଟି, ନାଇଜର,ଏମ୍ସ ଭଳି ବହୁ ଗୁରୁତ୍ୱୂର୍ଣ୍ଣ ଜାତୀୟ ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା ସହ ନିଜର ଗୌରବ ବଢ଼ାଇ ଚାଲିଛି । ଓଡ଼ିଶା ଦେଶର ନୂଆ ଗବେଷଣାର ହବ୍ ଭାବେ ଉଭା ହୋଇପାରିଛି ବୋଲି ସେ କହିବା ସହିତ କେନ୍ଦ୍ର ସରକାରଙ୍କ ସହଯୋଗକୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି ।