ହାତୀ ଦାନ୍ତ ର‌୍ୟାକେଟ୍ ଠାବ କଲା ଏସଟିଏଫ : ଦୁଇ ଗିରଫ

ସମ୍ବଲପୁର: ହାତୀ ଦାନ୍ତ କାରବାର ର‌୍ୟାକେଟକୁ ଠାବ କରିଛି କ୍ରାଇମବ୍ରାଂଚ ଏସଟିଏଫ । ଦୁଇଟି ହାତୀ ଦାନ୍ତ ଜବତ କରିବା ସହ ଘଟଣାରେ ଦୁଇ ଜଣଙ୍କୁ ସମ୍ବଲପୁରରୁ ଗିରଫ କରିଛି ଏସଟିଏଫ । ସେମାନେ ଦୁଇଟି ହାତୀ ଦାନ୍ତକୁ ୧୦ ଲକ୍ଷ ଟଙ୍କାରେ ବିକ୍ରୀ କରିବା ପାଇଁ ଡିଲ୍ କରୁଥିବା ବେଳେ ଧରାପଡିଛନ୍ତି । ତେବେ ଏହି ରାକେଟ୍ ରେ ଅନ୍ୟ କେଉଁ ମାନଙ୍କ ସମ୍ପୃକ୍ତି ରହିଛି ଏସଟିଏଫ ପକ୍ଷରୁ ସେନେଇ ଅଧିକ ତଦନ୍ତ ଜାରୀ ରହିଛି ।