ଭୁବନେଶ୍ୱର, (ଡିକେ ନୁ୍ୟଜ୍): ଏଣିକି ଓଡ଼ିଶାରେ ବି ଅଭିଯୁକ୍ତମାନଙ୍କର
ହେବ ନାର୍କୋ ଆନାଲିସିସ ଟେଷ୍ଟ । ରାଜଧାନୀ ଭୁବନେଶ୍ୱରରେ ବି ଏହି
ବ୍ୟବସ୍ଥା ଉପଲବ୍ଧ ହେବ । ଭୁବନେଶ୍ୱରର କ୍ୟାପିଟାଲ ହସ୍ପିଟାଲରେ ନାର୍କୋ
ଆନାଲିସିସ ଟେଷ୍ଟ କରାଯିବ । ଆସନ୍ତା ମାସରୁ ଏହି ବ୍ୟବସ୍ଥା ଆରମ୍ଭ
ହେବ ବୋଲି ସୂଚନା ଦେଇଛନ୍ତି କ୍ୟାପିଟାଲ୍ ହସ୍ପିଟାଲ୍ ନିଦେ୍ର୍ଦଶକ ଡାକ୍ତର
ଲକ୍ଷ୍ମୀଧର ସାହୁ । କ୍ୟାପିଟାଲ୍ ହସ୍ପିଟାଲ୍ ନିଦେ୍ର୍ଦଶକଙ୍କ ସୂଚନା ଅନୁସାରେ,
କ୍ୟାପିଟାଲ ହସ୍ପିଟାଲ ଓଟିରେ କରାଯିବ ନାର୍କୋ ଆନାଲିସିସ ଟେଷ୍ଟ ହେବ ।
ଏଥିଲାଗି ରାଜ୍ୟ ଫରେନସିକ୍ ଲ୍ୟାବକୁ ଆବଶ୍ୟକ ଉପକରଣ ଆସି ସାରିଥିବା
ଡାକ୍ତର ଲକ୍ଷ୍ମୀଧର ସାହୁ ସୂଚନା ଦେଇଛନ୍ତି । ଷ୍ଟେଟ ଫରେନ୍ସିକ୍ ଲ୍ୟାବ ସହ
ଗତକାଲି କ୍ୟାପିଟାଲ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ବୈଠକ ହୋଇଥିଲା । ବୈଠକ
ପରେ କ୍ୟାପିଟାଲ ହସ୍ପିଟାଲ ଆନାସ୍ଥେସିଆ ଓ ମାନସିକ ରୋଗ ବିଶେଷଜ୍ଞଙ୍କ
ଏବେ ପ୍ରଶିକ୍ଷଣ ·ଲିଛି । କ୍ୟାପିଟାଲ ହସ୍ପିଟାଲ ଓଟିରେ ନିଶା ଇଞ୍ଜେକସନ
ପ୍ରୟୋଗ କରାଯିବା ସହ ଟେଷ୍ଟ କରାଯିବ ।