ମାଲକାନଗିରି : ମାଲକାନଗିରି ଜିଲ୍ଲା ୩୨୬ ନମ୍ୱର ଜାତୀୟ ରାଜପଥରେ ଗତକାଲି ରାତ୍ରରେ ଘଟିଛି ଏକ ଅଭାବନୀୟ ସଡ଼କଦୁର୍ଘଟଣା । ଟାୟାର ପମଚର ଯୋଗୁଁ ରାସ୍ତା କଡରେ ଠିଆ ହୋଇଥିବା ଏକ ଚିପ୍ସ ବୋଝେଇ ଟ୍ରାକ୍ଟରକୁ ପଛପଟୁ ସିମେଣ୍ଟ ବୋଝେଇ ଟ୍ରକ ଧକ୍କା ଦେବାରୁ ଘଟଣା ସ୍ଥଳରେ ଜଣେ ପ୍ରାଣ ହରାଇଥିବା ବେଳ ୫ ଜଣ ଗୁରୁତର ଭାବେ ଆହତ ହୋଇ ମାଲକାନଗିରି ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁସାରେ ଗତକାଲି ରାତିରେ ମାଲକାନଗିରି-ମୋଟୁ ୩୨୬ ନମ୍ବର ଜାତୀୟ ରାଜପଥର ଏମଭି ୧୬ ଓ ଏମଭି ୧୭ ଗ୍ରାମ ମଝିରେ ଘଟିଥିଲା ଏହି ଅଘଟଣ । ଖବର ପାଇଁ ଘଟଣା ସ୍ଥଳରେ ମାଲକାନଗିରି ଆଦର୍ଶ ଥାନା ପୋଲିସ, ଆମ୍ବୁଲାନ୍ସ ପହଞ୍ଚି ଦୁର୍ଘଟଣା ଗ୍ରସ୍ତ ଲୋକଙ୍କୁ ଉଦ୍ଧାର କରିଥିଲେ । ଦୁର୍ଘଟଣାରେ ଗୁରୁତର ଥିବା ପାଞ୍ଚ ଜଣ ବ୍ୟକ୍ତିଙ୍କୁ ମାଲକାନଗିରି ମୁଖ୍ୟ ଚିକିତ୍ସାଳୟକୁ ଅଣା ଯାଇଛି । ସେଠାରେ ଡାକ୍ତର ତାଙ୍କର ଚିକିତ୍ସା କରୁଥିବା ସୂଚନା ମିଳିଛି ।