ଗଞ୍ଜାମ: ଗଞ୍ଜାମ ଜିଲ୍ଲା ହିଞ୍ଜିଳି ବ୍ଲକ ଅନ୍ତର୍ଗତ ଶିକିରି ଓ ଖରିଡ଼ା ଗ୍ରାମରେ ବୁଧବାର ସକାଳେ ବାରହା ଆକ୍ରମଣରେ ୫ ଜଣ ବ୍ୟକ୍ତି ଗୁରୁତର ଆହତ ହେଇଛନ୍ତି । ଆହତ ମାନଙ୍କୁ ବନବିଭାଗ କର୍ମଚାରି ଓ ସ୍ଥାନୀୟ ଲୋକେ ଉଦ୍ଧାର କରି ପ୍ରାଥମିକ ଚିକିତ୍ସା ନିମନ୍ତେ ହିଞ୍ଜିଳି ଉପଖଣ୍ଡ ଚିକିତ୍ସାଳୟରେ ଭର୍ତି କରିଥିଲେ । ଆହତ ମାନେ ହେଲେ କାଶୀନାଥ ବେହେରା (୬୦), ଭଗବାନ ପାଢ଼ୀ (୫୫), ରାଜୁ ବେହେରା (୩୮), ବିକ୍ରମ ଦାସ (୨୨), ବନମାଳୀ ସାନ୍ତା (୫୦) ବୋଲି ମେଡିକାଲ ସୂତ୍ରରୁ ଜଣାପଡିଛି । ଆହତ ମାନଙ୍କ ସ୍ଵାସ୍ଥ୍ୟ ଅବସ୍ଥା ଗୁରୁତର ଥିବା ହେତୁ ସେମାନଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଆଜି ସକାଳୁ ଖରିଡା ଗ୍ରାମର ଇଟାଭାଟି, ପାନବାଡରେ କାମ କରୁଥିବା କିଛି ବ୍ୟକ୍ତିଙ୍କୁ ଆକ୍ରମଣ କରିଥିବା ବେଳେ ଆଉ କିଛି ବ୍ୟକ୍ତି ଗାଧୋଇବା ପାଇଁ ଯାଇଥିବା ବେଳେ ବାରହାଟି ଆକ୍ରମଣ କରିଥିଲା ।