ଅଗ୍ନିଶମ ବାହିନୀର ଭ୍ୟାନ୍ ଓଲଟି ୪ ଆହତ

ମାଲକାନଗିରି: ରାଜ୍ୟ ପୋଲିସ ଡ଼ିଜି ଅଭୟଙ୍କ ଗସ୍ତ ନିମନ୍ତେ ନିର୍ମିତ ହେଲିପ୍ୟାଡର ସୁରକ୍ଷା ନିମନ୍ତେ ଖଇରପୁଟ ଅଗ୍ନିଶମ କେନ୍ଦ୍ରର କର୍ମଚାରୀ ମାନେ ଗତକାଲି ଅପରାହ୍ନରେ ମୁଦୁଲିପଡ଼ା ଅଭିମୁଖେ ବିଭାଗୀୟ ଭ୍ୟାନରେ ଯାଉଥିଲେ । ବଣ୍ଡା ଘାଟିରେ ଗାଡିଟି ଭାରସାମ୍ୟ ହରାଇ ଓଲଟି ପଡିବାରୁ ଡ଼୍ରାଇଭରଙ୍କ ସମେତ ୪ ଜଣ ଅଗ୍ନିଶମ କର୍ମଚାରୀ ଆହତ ଆହତ ହୋଇଛନ୍ତି । ଖବର ପାଇ ଖଇରପୁଟରୁ ଅଗ୍ନିଶମ କର୍ମଚାରୀ ମାନେ ଘଟଣାସ୍ଥଳରେ ପହଂଚି ଆହତଙ୍କୁ ଉଦ୍ଧାର କରିବା ସହ ଚିକିତ୍ସା ନିମନ୍ତେ ଖଇରପୁଟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରିଥିଲେ । ଦୁର୍ଘଟଣାଗ୍ରସ୍ତ ଭ୍ୟାନ୍ କୁ ଅନ୍ୟ ଏକ ଗାଡ଼ି ସହାୟତାରେ ଖଇରପୁଟ ଆଣିଥିଲେ ।