ବରିଷ୍ଠ ନାଗରିକଙ୍କ ନିମନ୍ତେ ଦେୟମୁକ୍ତ ଏଲଡର ଲାଇନ (୧୪୫୬୭) ନମ୍ବର କାର୍ଯ୍ୟକ୍ଷମ

ନୂଆଦିଲ୍ଲୀ : କରୋନା ମହାମାରୀ କାଳରେ ବୟସ୍କ ନାଗରିକମାନଙ୍କ ଅସୁବିଧାକୁ ଦୃଷ୍ଟିରେ ରଖି କେନ୍ଦ୍ର ସାମାଜିକ ନ୍ୟାୟ ମନ୍ତ୍ରଣାଳୟ ଏଲଡର ଲାଇନ ପ୍ରକଳ୍ପ ଅଧୀନରେ କେତେକ ପ୍ରମୁଖ ରାଜ୍ୟରେ ରାଜ୍ୟୱାରୀ କଲସେଂଟରମାନ ଆରମ୍ଭ କରିଛନ୍ତି । ପାଂଚଟି ରାଜ୍ୟ ଯଥା ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ରାଜସ୍ଥାନ, ତାମିଲନାଡୁ ଏବଂ କର୍ଣ୍ଣାଟକରେ ଏହା କାର୍ଯ୍ୟକ୍ଷମ ହୋଇ ସାରିଛି । ତେଲଙ୍ଗାନାରେ ଏହା ବର୍ଷକରୁ ଅଧିକ ଦିନଠାରୁ କାର୍ଯ୍ୟ କରୁଛି ।

ଗତବର୍ଷ ମେ ମାସ ସୁଦ୍ଧା ସମସ୍ତ ରାଜ୍ୟରେ ଏହା ଯେପରି କାର୍ଯ୍ୟକ୍ଷମ ହେବ ସେଥିପାଇଁ ଉଦ୍ୟମ ଜାରି ହୋଇଛି ।

ଦେୟମୁକ୍ତ ନମ୍ବର ୧୪୫୬୭କୁ ଡାଏଲ କରି ଏହି କଲସେଂଟରଗୁଡିକ ସହ ଯୋଗାଯୋଗ କରିହେବ । ପ୍ରତ୍ୟେକ ବୟସ୍କ ବ୍ୟକ୍ତି ଆବଶ୍ୟକତା ଅନୁସାରେ ଏହାର ଉପଯୋଗ ପାଇଁ ପରାମର୍ଶ ଦିଆଯାଇଛି । ଟାଟା ଟ୍ରଷ୍ଟ ଓ ଏନ୍‌ଏସ୍‌ଇ ଫାଉଣ୍ଡେସନର ସହାୟତାରେ ଏହି ସୁବିଧା କାର୍ଯ୍ୟକ୍ଷମ ହୋଇଛି ।