ଆସିକା ବ୍ଲକର ୫ ପଚାଂୟତରେ ଆଜି ଠାରୁ ୧୪୪

ଗଞ୍ଜାମ: ଗଞ୍ଜାମ ଜିଲ୍ଲାରେ ନୂତନ କରୋନା ସଂକ୍ରମିତଙ୍କ ସଂଖ୍ୟା ଆଶାତୀତ ଭାବେ ବୃଦ୍ଧି ପାଉଥିବାରୁ ଏବଂ କିଛି ଦିନର ବ୍ୟବଧାନ ପରେ ଆଜି ହଠାତ୍ ଜିଲ୍ଲାରୁ ୩୧ ଜଣ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ଏହା ଜିଲ୍ଲା ପ୍ରଶାସନ ପାଇଁ ଚିନ୍ତାର କାରଣ ହୋଇପଡିଛି । ଏହି ପରିପ୍ରେକ୍ଷୀରେ ଆସିକା ବ୍ଲକର ପଢାଳ, ଜୟପୁର, ବରଗାଁ, କାଳଷଣ୍ଢପୁର ଓ ପୁଡ଼ୁଗେଶ୍ୱର ପଲ୍ଲୀ ପଚାଂୟତରେ ଆଜି ଠାରୁ ୧୪୪ ଧାରା ଜାରୀ କରାଯାଇଛି ବୋଲି ଆସିକା ଥାନା ଅଧିକାରୀ ପ୍ରଶାନ୍ତ କୁମାର ସାହୁ ସୂଚନା ଦେଇଛନ୍ତି । ଅନ୍ୟାଦେଶ ପର୍ଯ୍ୟନ୍ତ ଏହି କଟକଣା ବଳବତର ରହିବ ।