କିଶୋରନଗର ବିଶ୍ୱାଳପଡା ସ୍ଥିତ ଶୀତଳଭଣ୍ଡାରରୁ ଗ୍ୟାସ ଲିକ

ସାଲେପୁର: କିଶନନଗର ବିଶ୍ଵାଳପଡ଼ା ଶୀତଳଭଣ୍ଡାରରୁ ଗ୍ୟାସ୍ ଲିକ ଲୋକେ ଭୟଭୀତ । ଗ୍ୟାସ୍ କୁ ଆୟତ କରିବା ପାଇଁ ୫ ଗୋଟି ଦମକଳ ଗାଡ଼ି ସହ କିଶନନଗର ପୋଲିସ ଉପସ୍ଥିତ ଥିବା ଜଣାପଡ଼ିଛି । ପୁର୍ବରୁ ମଧ୍ୟ ଏପରି ଅନେକ ବାର ଗ୍ୟାସ ଲିକ ହୋଇ ବିଭିନ୍ନ ସମସ୍ୟାର ସମ୍ମୁଖିନ ହେଉଛନ୍ତି ସ୍ଥାନୀୟ ବାସିନ୍ଦା । ଏପରି ଅନେକ ଥର ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ମିଳି ପାରି ନାହିଁ । ଅପର ପକ୍ଷେ ଏହି ଗ୍ୟାସ ଯୋଗୁ କୌଣସି କ୍ଷତି ହୋଇନାହି ବରଂ ଏହା ସାମାନ୍ୟ ତ୍ରୁଟି ବୋଲି କହିଛନ୍ତି ଷ୍ଟୋର କର୍ତ୍ତୃପକ୍ଷ । ଏହା ଆଜି ପ୍ରଥମ ଥର ନୁହେଁ । ଆଗରୁ ଆଉ ଥରେ ମଧ୍ୟ ଏହିଭଳି ଘଟଣା ଘଟି ସାରିଛି । ଯାହା ଦ୍ଵାରା ସ୍ଥାନୀୟ ଲୋକେ ଭୟଭୀତ ଅବସ୍ଥାରେ ରହୁଛନ୍ତି । ଜୀବନ ପ୍ରତି ବିପଦ ଥିବା କହିଛନ୍ତି । ଏ ନେଇ ସ୍ଥାନୀୟ ପ୍ରଶାସନକୁ ଜଣେଇବା ସତ୍ତ୍ୱେ ମଧ୍ୟ କିଛି ସୁଧାର ହୋଇ ପାରି ନାହିଁ । ପ୍ରଶାସନ ଶୀତଳଭଣ୍ଡାର ମଧୁ ଚନ୍ଦ୍ରିକାରେ ସ୍ଥାନୀୟ ଲୋକେ ବଳୀ ପଡ଼ି ଯାଇଛନ୍ତି । ଆମୋନିଆ ଗ୍ୟାସ ବାହାରି ବୟସ୍କ ବ୍ୟକ୍ତି ମାନେ ନିଶ୍ବାସ ନେବାକୁ ଅସୁବିଧା ହେଉଥିବା ଅଭିଯୋଗ କରିଛନ୍ତି । ତୁରନ୍ତ ଏହି ଶୀତଳ ଭଣ୍ଡାରରେ ଗ୍ୟାସ ଲିକ ସମ୍ପର୍କରେ ପ୍ରଶାସନ ଦୃଷ୍ଟି ଦେବାକୁ ସ୍ଥାନୀୟ ଗ୍ରାମବାସୀ ଦାବି କରିଛନ୍ତି ।