କୋରାପୁଟ ଟାଉନ ପୋଲିସକୁ ବଡ ସଫଳତା

କୋରାପୁଟ: କୋରାପୁଟ ଜ଼ିଲ୍ଲାରେ ଦିନକୁ ଦିନ ଗାଡି ଚୋରି ବଢ଼ିବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି  କୋରାପୁଟ ଟାଉନ  ପୋଲିସ ଦ୍ୱାରା ବିଭିନ୍ନ ଜାଗାରେ ଚଢ଼ାଉ କରାଯାଇ  ୯ ଟା ଦୁଇ ଚକିଆ ଗାଡି ସହିତ ୭ ଜଣକୁ ଗିରଫ କରାଯାଇଛି । ଗିରଫ ୭ ଜଣଙ୍କ ମଧ୍ୟରେ ୨ ଜଣ ନାବାଳକ ଥିବା ଜଣାପଡିଛି । ଗିରଫ ହୋଇଥିବା ୭ ଜଣଙ୍କ ନାମରେ ବିଭିନ୍ନ ଥାନାରେ ଅଭିଯୋଗ ରହିଥିବାର ଜଣାପଡିଛି । ଗାଡି ଗୁଡିକ  ଜୟପୁର କୁନ୍ଦୁରା ବୈପାରୀଗୁଡାରୁ ଉଦ୍ଧାର କରାଯାଇଛି ବୋଲି ଟାଉନ ଥାନା ପୋଲିସ ଅଧିକାରୀ ଶ୍ରୀଯୁକ୍ତ ଧିରେନ ପଟ୍ଟନାୟକ ସାମ୍ବାଦିକ  ସମ୍ବିଳନୀ ରେ  କହିଛନ୍ତି । ଆଗାମୀ ଦିନରେ ଏହି ଗାଡି ଚୋରି ଗ୍ୟାଙ୍ଗର ମୁଖ୍ୟ ଅଭିଯୋଗୀକୁ ଧରାଯିବା ସହିତ ଏହା ପର୍ଦାଫାଶ କରାଯିବା ବୋଲି  ଥାନା ଅଧିକାରୀ କହିଛନ୍ତି ।