୫-ଟି ଅଧ୍ୟକ୍ଷଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ

Greetings to 5 chairman

ଭୁବନେଶ୍ୱର,୧୬ା୧୧ : ରାଜ୍ୟର ସାମଗ୍ରିକ ବିକାଶରେ ସରକାରଙ୍କ ୫-ଟି ନୀତିର ରହିଛି ଗୁରୁତ୍ୱ । ଶିକ୍ଷା, ସ୍ୱାସ୍ଥ୍ୟ କ୍ଷେତ୍ରର ଭିତ୍ତିଭୂମି ହେଉ କି ମମତା, ବିଜୁ ସ୍ୱାସ୍ଥ୍ୟ ଭଳି ଯୋଜନା କିମ୍ବା ରାସ୍ତା, ସେତୁ ହେଉ କି କ୍ରୀଡ଼ା, ପର୍ଯ୍ୟଟନର ଭିତ୍ତିଭୂମି ଆଦି ଚାଲିଛି ୫-ଟି ଅଧିନରେ । ଏବେ ପୁଣି ଯୋଡ଼ି ହୋଇଛି ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନା । ରାଜ୍ୟର ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କ ସ୍ୱପ୍ନକୁ ସାକାର କରିବାକୁ ଦିନରାତି ଏକ କରିଦେଇଛନ୍ତି ୫-ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ । ବିଜୟା ଦଶମୀରେ ନୂଆ ନିଯୁକ୍ତି ପରଠାରୁ ସବୁ ମହଲରୁ ଛୁଟୁଛି ଶୁଭେଚ୍ଛାର ସୁଅ । ଆଜି ବି ନବୀନ ନିବାସରେ ଭିଡ଼ ଜମିଥିଲା । ୫-ଟି ଓ ଆମ ଓଡ଼ିଶାର ଅଧ୍ୟକ୍ଷ ଭିକେ ପାଣ୍ଡିଆନଙ୍କୁ ଭେଟିଛନ୍ତି ରାଜ୍ୟର ବିଭିନ୍ନ ସଂଗଠନ । ଗୁରୁବାର ବିଭିନ୍ନ ଜିଲ ଓ ରାଜ୍ୟସ୍ତରୀୟ କର୍ମ•ରୀ ସଂଗଠନ, ଆଶା କର୍ମୀ ସଙ୍ଗଠନ, ବିଡିଏ କର୍ମ•ରୀ ସଂଘ, ରାଜ୍ୟ ଅଣ ଗେଜେଟେଡ଼ କର୍ମ•ରୀ ସମନ୍ୱୟ ସମିତି ସହ ବିଭିନ୍ନ ସାମ୍ବାଦିକ, ରାଜନେତା, ବିଧାୟକ, ବିଭନ୍ନ ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ତାଙ୍କୁ ଭେଟି ଶୁଭେଚ୍ଛା ଜଣାଇଛନ୍ତି । ଏହାସହ ରାଜ୍ୟର ରୂପାନ୍ତରଣରେ ସମସ୍ତ ସହାୟତା ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ନବୀନ ଓଡ଼ିଶାର ନିର୍ମାଣରେ ଫାଇଭ-ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛନ୍ତି । କିଛି ବର୍ଷ ଭିତରେ ରାଜ୍ୟରେ ଦ୍ରୁତ ବିକାଶ ଆସିଛି । ଆଇଏଏସ୍‌ •କିରିରୁ ସ୍ୱେଚ୍ଛାକୃତ ଅବସର ନେବା ପରେ ବି ରାଜ୍ୟର ବିକାଶରେ ପ୍ରମୁଖ ଭୂମିକା ନେଇଛନ୍ତି ୫-ଟି ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ ଭି.କେ. ପାଣ୍ଡିଆନ୍‌ । ଏଥିପାଇଁ ଫାଇଭ-ଟି ଅଧ୍ୟକ୍ଷଙ୍କୁ ଭେଟି ସମସ୍ତେ ଶୁଭେଚ୍ଛା ଜଣାଇଛନ୍ତି । ସମସ୍ତେ ଏକତ୍ରିତ ହୋଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱପ୍ନକୁ ସାକାର କରିବା ସହ ଓଡ଼ିଶାର ରୂପାନ୍ତରଣକୁ ଆଗେଇ ନେବାକୁ ଆହ୍ୱାନ ଦେଇଛନ୍ତି ୫-ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ ।

#5T#bhubaneswar#bjd#DUMANITV#localnews#nabinpattnaik#ODISHAlatestnews