ଏପ୍ରିଲରେ ସର୍ବସାଧାରଣ ସ୍ଥାନରେ ପର୍ବପର୍ବାଣି ପାଳନ ଉପରେ କଟକଣା

ଭୁବନେଶ୍ୱର: କରୋନା ଦ୍ୱିତୀୟ ଲହରୀକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସର୍ବସାଧାରଣ ସ୍ଥାନରେ ଗୁଡ ଫ୍ରାଇଡେ, ଇଷ୍ଟର, ପଣା ସଂକ୍ରାନ୍ତି, ଦଣ୍ଡ ଯାତ୍ରା, ଝାମୁ ଯାତ୍ରା ଓ ‘ଶ୍ରୀରାମ ନବମୀ ଆଦି ପାଳନ ଉପରେ କଟକଣା ଲଗାଇଛନ୍ତି । ଏହି ପର୍ବ ସମୟରେ ମନ୍ଦିର ଓ ଗୀର୍ଜାରେ ଗହଳି ନ କରିବାକୁ ସ୍ୱତନ୍ତ୍ର ରିଲିଫ୍ କମିଶନର ପରାମର୍ଶ ଦେଇଛନ୍ତି ।

ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ସ୍ଥାନୀୟ ପରିସ୍ଥିତିକୁ ଦେଖି କେତେ ଶ୍ରଦ୍ଧାଳୁ ମନ୍ଦିର ବା ଗୀର୍ଜାକୁ ଯାଇପାରିବେ ତାହା ଜିଲ୍ଲାପାଳ ଏବଂ ପୌର କମିଶନର ନିର୍ଦ୍ଧାରଣ କରିବା ସହ ଆବଶ୍ୟକ କଟକଣା ଲଗାଇପାରିବେ । ତେବେ ମନ୍ଦର ଓ ଗୀର୍ଜାରେ ଦେବନୀତି ଅନୁଷ୍ଠିତ ହେବାରେ କୌଣସି ପ୍ରତିବନ୍ଧକ ନାହିଁ । କେନ୍ଦ୍ର ସରକାରଙ୍କ କୋଭିଡ ମାର୍ଗଦର୍ଶିକା ଅନୁଯାୟୀ ଏଭଳି ନିର୍ଦ୍ଦେଶନାମା ଜାରି କରାଯାଇଛି ।