ନୂଆଦିଲ୍ଲୀ: ଇସ୍ରାଏଲ- ହମାସ୍ମଧ୍ୟରେ ଯୁଦ୍ଧ ଜାରି ରହିଛି ।ଅକ୍ଟୋବର ୭ ତାରିଖରେ ଇସ୍ରାଏଲଉପରେ ହମାସ୍ ଆତଙ୍କବାଦୀଆକ୍ରମଣ କରିବା ପରେ ତୁରନ୍ତଆମେରିକା ଜେରୁଜେଲମକୁ ସମର୍ଥନଜଣାଇଥିଲା । ବାଇଡେନ ସମସ୍ତପ୍ରକାର ସହାୟତା ଦେବା ପାଇଁପ୍ରତିଶ୍ରୁତି ଦେଇଥିଲେ । ଏହାର କିଛିସମୟ ପରେ ଅସ୍ତ୍ରଶସ୍ତ୍ର ସହିତଇସ୍ରାଏଲକୁ ଯୁଦ୍ଧପୋତ ପଠାଇଛି ।ଏଥିରୁ ଅନୁମାନ ହେଉଛି ଯେ,ଆମେରିକା, ଇସ୍ରାଏଲ-ହମାସ ଯୁଦ୍ଧକୁଓହ୍ଲାଇଛି । ଏହାକୁ ନେଇ ଋଷ୍ରାଷ୍ଟ୍ରପତି ବ୍ଲାଦିର୍ମି ପୁଟିନଙ୍କ ଟେନସନବଢ଼ିଛି । ଇସ୍ରାଏଲକୁ ଆମେରିକାରସମର୍ଥନକୁ ହଜମ କରିପାରିନାହାନ୍ତିଋଷ୍ ରାଷ୍ଟ୍ରପତି । ଚୀନ୍ ରାଷ୍ଟ୍ରପତିଙ୍କସହିତ ଆଲୋଚନା ପରେ ଋଷ୍ କିଞ୍ଜଲହାଇପରସୋନିକ୍ ସହିତଯୁଦ୍ଧପୋତକୁ କୃଷ୍ଣ ସାଗରରକୁପଠାଇକୁ ନିଦେ୍ର୍ଦଶ ଦେଇଛନ୍ତି ।ଆମେରିକା ଇସ୍ରାଏଲ-ପାଲେଷ୍ଟାଇନ୍ଯୁଦ୍ଧ ମଧ୍ୟରେ ଜେରୁଜେଲମକୁସମର୍ଥନ କରି ଭୂ-ମଧ୍ୟ ସଗରକୁଏୟାର କ୍ରାଫ୍ଟ କ୍ୟାରିୟର ଯୁଦ୍ଧପୋତପଠାଇଛି । ମେଡିଟେରିଆନ୍ ସି’ରେଆମେରିକୀୟ ଯୁଦ୍ଧ ଜାହାଜ ପ୍ରବେଶପରେ ଋଷ୍ ଏହାକୁ ଚେତାବନୀ ସଦୃଶସହ ନେଇ କିଂଜଲ ହାଇପରସୋନିକ୍ମିସାଇଲ ସହିତ ଯୁଦ୍ଧ ଜାହାଜକୁ କୃଷ୍ଣସାଗରକୁ ଯିବା ପାଇଁ ନିଦେ୍ର୍ଦଶଦେଇଛି । ଗୋଟିଏ ପଟେଆମେରିକା, ଇସ୍ରାଏଲ ସମର୍ଥନରେଛିଡ଼ା ହୋଇଥିବା ବେଳେ ଅନ୍ୟପଟେଋଷକୁ ମଧ୍ୟ ସମୁଦ୍ର ସୀମାରେସିଧାସିଧା ଟାର୍ଗେଟ୍ କରିଛି । ଫଳରେବିନା କୌଣସି ଯୁଦ୍ଧ ଡକାରାରେ ଦୁଇଭୂ-ମଧ୍ୟ ସାଗରରେ ମୁହାଁମୁହିଁହେବାକୁ ଯାଉଛନ୍ତି । ଭୌଗୋଳିକସୃଷ୍ଟିରୁ ଦେଖିବାକୁ ଗଲେ ଭୂ-ମଧ୍ୟସାଗର ଓ କୃଷ୍ଣ ସାଗରର ସ୍ଥିତି ଋଷଓ ଆମେରିକା ମଧ୍ୟରେ ରହିଛି ।