ସିନ୍ଧିରିମାଳ : ସିନ୍ଧିରିମାଳ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀଙ୍କ ନାମରେ ମୋ ସ୍କୁଲ ଅଭିଯାନ ନାମରେ ଅର୍ଥ ଆଦାୟ କରୁଥିବାର ଅଭିଯୋଗ କରିଛନ୍ତି ବିଦ୍ୟାଳୟରେ ଦଶମ ଶ୍ରେଣୀରେ ଏହି ବର୍ଷ ପାଶ କରିଥିବା କିଛି ଛାତ୍ରୀମାନେ । ଗଣମାଧ୍ୟମକୁ ମିଳିଥିବା ସୂଚନା ଅନୁଯାଇ ଉକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଚଳିତବର୍ଷ ପାଶ କରିଥିବା ପ୍ରାୟ ୨୫ ରୁ ୩୦ ଛାତ୍ରୀଙ୍କ ଠାରୁ ସାର୍ଟିଫିକେଟ ଦେବା ସମୟରେ ୧୦୦୦ ରୁ ୧୫୦୦ ଟଙ୍କା ମୋ ସ୍କୁଲ ଅଭିଯାନ, ସ୍କୁଲ ପାଚେରୀ ନିର୍ମାଣ ଏବଂ ସ୍କୁଲର ଅନ୍ୟ କାମରେ ଲାଗିବ କହି ଅର୍ଥ ଆଦାୟ କରିଥିଲେ । ଅର୍ଥ ନେବା ପରେ ଛାତ୍ରୀମାନଙ୍କୁ କୌଣସି ପ୍ରକାର ରସିଦ ମଧ୍ୟ ଦେଇ ନଥିଲେ ଏହାର ସତ୍ୟତା ଜାଣିବା ପାଇଁ ଆମେ ନିଜେ ପ୍ରଧାନ ଶିକ୍ଷୟିତ୍ରୀ ଦ୍ୱାରା ତାଲିବାନ ନୀତିରେ ଶୋଷିତ ହୋଇଥିବା ଦଶମ ଶ୍ରେଣୀର କିଛି ଛାତ୍ରୀମାନଙ୍କ ପାଖରେ ପହଞ୍ଚି ସେମାନଙ୍କୁ ଏହି ବିଷୟରେ ପଚାରିବାରୁ ଏହି କଥାଟି ସତ୍ୟ ବୋଲି ସେମାନେ କହିଥିଲେ ।
ପ୍ରଧାନ ଶିକ୍ଷୟତ୍ରୀ ଦ୍ୱାରା ଶୋଷିତ ହୋଇଥିବା ଦଶମ ଶ୍ରେଣୀ ଛାତ୍ରୀମାନଙ୍କ ମଧ୍ୟରୁ ଛାତ୍ରୀ କନକଲତା ଖରା, ପିତା ମଧୁ ଖରା, ଛାତ୍ରୀ ରଶ୍ମିତା ଖରା,ପିତା ରତନ ଖରା, ଛାତ୍ରୀ ରଶ୍ମିତା ପଡିଆମୀ, ପିତା ସୋନୁ ପଡିଆମୀ, ଛାତ୍ରୀ ବିଦୁସ୍ମିତା କୋଡେ, ପିତା କମଲୁ କୋଡେ, ଛାତ୍ରୀ ଶବନମ ହରିଜନ, ପିତା ସଦାଶିବ ହରିଜନ, ଉକ୍ତ ଛାତ୍ରୀମାନେ ଏବଂ ସେମାନଙ୍କ ପରିବାର ସଦସ୍ୟମାନେ ଏହା ମଧ୍ୟ କହିଥିଲେ ଯେ ପ୍ରଧାନଶିକ୍ଷୟତ୍ରୀ ଏବଂ ଆକାଉଣ୍ଟାଟ ମାଡାମ ବ୍ୟାଙ୍କ ପାସ ବୁକ ଖୋଲିବା ପାଇଁ ମଧ୍ୟ ସେମାନଙ୍କ ଠାରୁ ସ୍କୁଲର ପ୍ରାୟ ଛାତ୍ରୀମାନଙ୍କ ଠାରୁ ୨୦୦ ରୁ ୫୦୦ ଟଙ୍କା ଅର୍ଥ ଆଦାୟ କରିଛନ୍ତି । ଦୁଃଖର ବିଷୟ ଏହି କି ଯେ ପ୍ରଧାନ ଶିକ୍ଷୟତ୍ରୀ ଦ୍ୱାରା ଶୋଷଣ ହୋଇଥିବା ଛାତ୍ରୀମାନେ ଶ୍ରମିକ ପରିବାରର ହୋଇଥିବା ବେଳେ କିଛି ଛାତ୍ରୀଙ୍କ ମା’ ବାପା କରୋନା ମହାମାରୀ ସମୟରେ ଦିନ ମଜୁରୀ କାମ କରି ନିଜ ପରିବାରର ପେଟ ପୋଷିବା କଷ୍ଟ ହୋଇଥିବା ବେଳେ ସେମାନଙ୍କୁ ସରକାର ତରଫରୁ ସାହାଯ୍ୟ ମିଳିବା ବଦଳରେ ସେମାନଙ୍କୁ ଏହି ଭଳି ସ୍କୁଲ ପାଚେରୀ ନିର୍ମାଣ, ମୋ ସ୍କୁଲ ଅଭିଯାନ, ନାମରେ ଅର୍ଥ ଆଦାୟ କରିବା କେତେ ଯୁକ୍ତିଯୁକ୍ତ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏ ସଂପର୍କରେ ଜିଲ୍ଲା ଶିକ୍ଷାଧିକାରୀ ମାନସ କୁମାର ଜେନାଙ୍କୁ ପଚାରିଲା ପରେ ସେ କହିଲେ ଯେ ଉକ୍ତ ଘଟଣାର ତଦନ୍ତ କରାଯାଇ ଦୃଢ କାର୍ଯ୍ଯାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ ପ୍ରକାଶ କରିଛନ୍ତି ।