ଚାନ୍ଦବାଲି ବ୍ଲକ ରେ ମିଳିତ ଜନଶୁଣାଣୀ ଅଭିଯୋଗ ଶୁଣାଣି

Hearing of the complaint of joint genocide in Chandbali block

ଭଦ୍ରକ : ଭଦ୍ରକ ଜିଲ୍ଲାର ଚାନ୍ଦବାଲି ଗୋଷ୍ଟି ଉନ୍ନୟନ ଅଧିକାରୀଙ୍କ ସଭା ଗୃହ ଠାରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକାରୀଙ୍କ ମିଳିତ ଜନଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଅଛି। ଜିଲ୍ଲାପାଳ ଶ୍ରୀ ଦିଲିପ ରାଉତରାଏ ଙ୍କ ସହିତ ଆରକ୍ଷୀ ଅଧିକ୍ଷକ ଶ୍ରୀ ମନୋଜ ରାଉତ, ମୁଖ୍ୟ ଉନ୍ନୟନ ଅଧିକାରୀ ଶୁଭେନ୍ଦ୍ର ସାମଲ,ମୂଖ୍ୟ ଚିକିତ୍ସା ଅଧିକାରୀ ଡ ସୁଧିରଞ୍ଜନ ନାୟକ, ଉପ ଜିଲ୍ଲାପାଳ ଶ୍ରୀ ସୌରଭ ଚକ୍ରବର୍ତ୍ତି,ଡେପୁଟି କଲେକ୍ଟର ଶ୍ରୀ ଜ୍ଞାନ ରଂଜନ ସାହୁ , ଗୋଷ୍ଟି ଉନ୍ନୟନ ଅଧିକାରୀ ଶ୍ରୀ ସଞ୍ଜୀବ ମହାପାତ୍ର, ତହସିଲଦାର ଭବତୋଷ ମଲ୍ଲିକ ଓ ବିଭିନ୍ନ ବିଭାଗର ଅଧିକାରୀ ମାନେ ଯୋଗଦେଇଥିଲେ। ସମସ୍ତ ବିଭାଗର ଅଧିକାରୀମାନେ ଉପସ୍ଥିତ ରହି ଦାଖଲ ହୋଇଥିବା ଅଭିଯୋଗ ପତ୍ରକୁ ସମାଧାନ ପାଇଁ ପଦକ୍ଷେପ ନେଇଥିଲେ। ଆଜିର ଜନଶୁଣାଣୀ ଶିବିରରେ ମୋଟ ୨୦୯ ଆବେଦନ ପତ୍ର ଦାଖଲ ହୋଇଥିଲା। ସେଥିରୁ ୧୭୦ଟି ବ୍ୟକ୍ତିଗତ ଥିଲାବେଳେ , ୩୫ଟି ସାମୁହିକ ଥିଲା। ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠି ରୁ ୩ ଜଣଙ୍କୁ ୨୫୦୦୦ ଟଙ୍କା ଓ ରେଡକ୍ରସ ରୁ ୧ ଜଣଙ୍କୁ ୫୦୦୦ ଟଙ୍କା ମୋଟ ୩୦୦୦୦ଟଙ୍କା ପ୍ରଦାନ କରାଯାଇଥିଲା।

ଚାନ୍ଦବାଲି ବ୍ଲକ ରେ ମିଳିତ ଜନଶୁଣାଣୀ ଅଭିଯୋଗ ଶୁଣାଣି-