ଆସନ୍ତା ୧୫ ରେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁର ଜାମିନ୍ ଆବେଦନ ଉପରେ ଶୁଣାଣି

ବଲାଙ୍ଗିର : କଳାହାଣ୍ଡି ଜିଲ୍ଲା କେଗାଁ ସ୍ଥିତ ସନ୍ ସାଇନ୍ ପବ୍ଲିକ ସ୍କୁଲର ଅଧ୍ୟକ୍ଷା ମମିତା ମେହର ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁର ଜାମିନ୍ ଆବେଦନ ଉପରେ ଶୁଣାଣି ଆସନ୍ତା ୧୫ ତାରିଖରେ କଂଟାବାଞ୍ଜି ଅତିରିକ୍ତ ଜିଲ୍ଲା ଦୌରାଜଜ୍ କୋର୍ଟରେ ଅନୁଷ୍ଠିତ ହେବ । ଏନେଇ ଗୋବିନ୍ଦଙ୍କ ଓକିଲ ମୋହନ ଶର୍ମା ସୂତ୍ରରୁ ଜଣାପଡିଛି ।

ପ୍ରକାଶ ଥାଉକି, ପୂର୍ବରୁ ଗତ ଡିସେମ୍ବର ୬ ତାରିଖରେ ଜାମିନ୍ ଆବେଦନର ଶୁଣାଣି ହୋଇପାରିନଥିଲା । ଟିଟିଲାଗଡ଼ କିମ୍ବା କଂଟାବାଞ୍ଜି ଏଡିଜେରେ ଶୁଣାଣି ହେବାକୁ ନେଇ ଦ୍ୱନ୍ଦ ଥିଲା । ଶେଷରେ ଚାନ୍ଦତରା କଂଟାବାଞ୍ଜି ଅଧିନରେ ଥିବାରୁ ଏହି ଶୁଣାଣି କଂଟାବାଞ୍ଜି ଅତିରିକ୍ତ ଜିଲ୍ଲା ଦୌରାଜଜ୍ କୋର୍ଟରେ କରାଯିବାକୁ ନିଷ୍ପତି ନିଆଯାଇଛି ।