ପିଲେଟ ବୋଝେଇ ହାଇୱା ଜବତ: ୩ ଗିରଫ

ବଡ଼ବିଲ : ଥାନା ଅନ୍ତର୍ଗତ କଳିଙ୍ଗ ନଗର ନିକଟସ୍ଥ ବିର୍ସା ମୁଣ୍ଡା ଛକ ନିକଟରୁ ବଡ଼ବିଲ ପୋଲିସ ଏକ ଚୋରା ପିଲେଟ ବୋଝେଇ ହାଇୱା ଟ୍ରକ କରିବା ସହିତ ଏକ ବୋଲେରୋ ଗାଡିକୁ ମଧ୍ୟ ଜବଦ କରିଛି । ଘଟଣାରୁ ଜଣା ପଡିଛି ଯେ ଗତ ଗତ ମାର୍ଚ୍ଚ ୧ ତାରିଖ ରାତିରେ ଏକ ହାଇୱା ଟ୍ରକରେ ଚୋରା ପିଲେଟ ଚୋରା ଚାଲାଣ ହେଉଥିବା ବଡ଼ବିଲ ପୋଲିସ ବିଶ୍ୱାସ୍ଥ ସୂତ୍ରରୁ ଖବର ପାଇଥିଲେ । ଖବର ପାଇବା ପରେ ବଡ଼ବିଲ ପୋଲିସ ସକ୍ରିୟ ହୋଇ ବିର୍ସା ମୁଣ୍ଡା ଛକ ନିକଟରେ ପୋଲିସ କର୍ମଚାରୀଙ୍କୁ ନିୟୋଜିତ କରିଥିଲେ ।

ତେବେ ବଡ଼ବିଲ ପୋଲିସର ଯୋଜନା ମୁତାବକ କିଛି ସମୟ ପରେ ଚୋରା ପିଲେଟ ବୋଝେଇ ଟ୍ରକକୁ ସୁରକ୍ଷା ଦେଉଥିବା ୦୯୭୬୨୨ନମ୍ବର ବିଶିଷ୍ଟ ଏକ ବୋଲେରୋ ସେହି ରାସ୍ତାରେ ଅତିକ୍ରମ କରିଥିବା ବେଳେ ପୋଲିସ କର୍ମଚାରୀ ତାକୁ ଅଟକାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ଦୃତ ଗତିରେ ଫେରାର ହୋଇଯାଇଥିଲା । ମାତ୍ର ପଛରେ ଆସୁଥିବା ୦୫୪୦୧୭ନମ୍ବର ବିଶିଷ୍ଟ ପିଲେଟ ବୋଝେଇ ଟ୍ରକକୁ ବଡ଼ବିଲ ପୋଲିସ ଜବଦ କରିବା ସହିତ ଫେରାର ହୋଇଥିବା ବୋଲେରୋ ଗାଡିକୁ ମଧ୍ୟ ବଲାଣି ଥାନା ଅନ୍ତର୍ଗତ ଡର୍ବି ଛକ ନିକଟରୁ ଜବଦ କରାଯାଇଛି ।

ଏହି ଘଟଣାରେ ହାଇୱା ଡ୍ରାଇଭର ସମେତ ତିନି ଜଣକୁ ବଡ଼ବିଲ ପୋଲିସ ଗିରଫ କରିଛି । ଗିରଫ ମାନେ ହେଲେ ଝାଡ଼ଖଣ୍ଡ ରାଜ୍ୟ ପଶ୍ଚିମ ସିଂହାଭୂମ ଆଦିତ୍ୟପୂର ଥାନା ଅଞ୍ଚଳର ଗୌରବ କୁମାର, ଯୋଡ଼ାଥାନା ସହିଦ ନଗର ଅଞ୍ଚଳର ପ୍ରଶାନ୍ତ ରାଜ ଓ ମୟୁରଭଞ୍ଜ ଜିଲ୍ଲା ଜାମଦା ଅଞ୍ଚଳର ରାଜୁ ବିନ୍ଧାଣି ବହିଯୁକ୍ତମାନଙ୍କୁ ଧାରା ୩୭୮.୧୨୦ବି,ଓ ୩୪ଆଇ. ପି. ସି. ବଳରେ କୋର୍ଟ ଚାଲାଣ କରାଯାଇଥିବା ଜଣା ପଡିଛି ।

#odishapolice #police #crime #arrested