-ଗୋଟେପଟେ ଧ୍ୱଜାବତରଣ: ଅନ୍ୟପଟେ ବିସ୍ଫୋରଣ
-ଘଟଣାସ୍ଥଳରେ ସ୍ପେଶାଲ ଟିମ୍ ଓ ଦିଲ୍ଲୀ ପୋଲିସର ଛାନଭିନ୍
-ଇସ୍ରାଏଲ ବୈଦେଶିକ ମନ୍ତ୍ରୀଙ୍କ ସହ କଥାହେଲେ ଜୟଶଙ୍କର
-ଘଟଣାର ତଦନ୍ତ କରିବ ଏନ୍ଆଇଏ
ନୂଆଦିଲ୍ଲୀ: ଦିଲ୍ଲୀରେ ଗୋଟିଏ ପଟେ ଧ୍ୱଜାବତରଣ ଚାଳିଥିବା ବେଳେ ଅନ୍ୟପଟେ ବିସ୍ଫୋରଣ ଘଟିଛି । ବିଜୟଚୌକ୍ରେ ଧ୍ୱଜାବତରଣ ଚାଲିଥିବା ବେଳେ ଦିଲ୍ଳୀ ଅବଦୁଲ୍ କଲାମ ରୋଡ୍ ସ୍ଥିତ ଇସ୍ରାଏଲ ଦୂତାବାସ ନିକଟରେ ବିସ୍ଫୋରଣ ଘଟିଛି । ସନ୍ଧ୍ୟା ୫.୫ ମିନିଟ୍ ରେ ଦୂତାବାସଠାରୁ ମାତ୍ର ଦେଢ଼ଶହ ମିଟର ଦୂରରେ ଏଭଳି ଅଘଟଣ ଘଟିଛି । ବିସ୍ଫୋରଣରେ ଆଇଇଡି ବ୍ୟବହାର ହୋଇଥିବା ଦିଲ୍ଲୀ ପୋଲିସ କହିଛି ।
ତେବେ ଏଥିରେ କେହି ମୃତାହତ ହୋଇଥିବା ନଥିବା ଜଣାଯାଇଛି । କେବଳ ତିନୋଟି ଗାଡିର କାଚ ଭାଙ୍ଗିଥିବା କହିଛି ଦିଲ୍ଲୀ ପୋଲିସ । କମ୍ ତୀବ୍ରତାର ବିସ୍ଫୋରଣ ହୋଇଥିବା ଦିଲ୍ଲୀ ପୋଲିସର ସ୍ପେଶାଲ ସ୍କ୍ୱାଡ୍ ପକ୍ଷରୁ ସୂଚନା ଦିଆଯିବା ସହିତ କେମିତି ଓ କେଉଁ ପରିସ୍ଥିତିରେ ଏଭଳି ବିସ୍ଫୋରଣ ଘଟିଲା ତାର ଛାନ୍ଭିନ୍ ଚଳାଇଛି । ବିସ୍ଫୋରଣ କେମିତି ଘଟିଲା ତାର ତଦନ୍ତ କରିବ ଏନ୍ଆଇଏ । ଅଗ୍ନିଶମ ବିଭାଗ ମଧ୍ୟ ଘଟଣାସ୍ଥଳରେ ପହଞ୍ôଚଛି । ବିସ୍ଫୋରଣ ସ୍ଥଳକୁ ସଂଯୋଗ କରୁଥିବା ସବୁ ରାସ୍ତାକୁ ସିଲ୍ କରାଯାଇଛି ।
ଭାରତ-ଇସ୍ରାଏଲ ମଧ୍ୟରେ ରାଜନୈତିକ ସମ୍ପର୍କର ୨୯ତମ ପୂର୍ତ୍ତି ପାଳନ ଉତ୍ସବ ଅବସର ବେଳେ ଏଭଳି ଅଘଟଣ ଘଟିଛି । ତେବେ ଧ୍ୱଜାବତରଣ ଉତ୍ସବରେ ରାଷ୍ଟ୍ରତି,ଉପରାଷ୍ଟ୍ରତି,ପ୍ରଧାନମନ୍ତ୍ରୀ,ପ୍ରତିରକ୍ଷା ମନ୍ତ୍ରୀ ଓ ଲୋକସେବା ଅଧ୍ୟକ୍ଷଙ୍କ ସମେତ ୩ ସେନାମୁଖ୍ୟ ଉପସ୍ଥିତ ଥିବାବେଳେ ସେଠାରୁ ମାତ୍ର ଦୁଇ କିମି ଦୂରରେ ଏଭଳି ଘଟଣା ଘଟିଥିବାରୁ ସୁରକ୍ଷା ବ୍ୟବସ୍ଥା ନେଇ ଏବେ ପ୍ରଶ୍ନବାଚୀ ଛିଡା ହୋଇଛି । ଭାରତ ବୈଦେଶିକ ମନ୍ତ୍ରୀ ଏସ.ଜୟଶଙ୍କର ଏ ସମ୍ପର୍କରେ ଇସ୍ରାଏଲ ସହିତ କଥାବାର୍ତ୍ତା ହୋଇଛନ୍ତି ।
ସୂଚନାଯୋଗ୍ୟ ଯେ, ଆଜିର ବିସ୍ଫୋରଣ ଘଟିବା ଅଞ୍ଚଳଟି ଏକ ସମ୍ବେଦନଶୀଳ ଅଞ୍ଚଳ । ଏହି ଅଞ୍ଚଳରେ ପ୍ରଧାନମନ୍ତ୍ରୀ, ରକ୍ଷାମନ୍ତ୍ରୀ ଓ ଗୃହମନ୍ତ୍ରୀଙ୍କ ସରକାରୀ ବାସଭବନ ଥିବାବେଳେ ସେଠାରେ ଏତେବଡ଼ ଅଘଟଣ କିରି ଘଟିଲା ଏବଂ ଗୁଇନ୍ଦା ବିଭାଗ କିରି ଜାଣିାରିଲା ନାହିଁ ତାହା ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।
<h2>ହାଇଆଲର୍ଟରେ ଦିଲ୍ଲୀ:</h2>
ନୂଆଦିଲ୍ଲୀ: ନୂଆଦିଲ୍ଲୀ ସ୍ଥିତ ଇସ୍ରାଏଲ ଦୂତାବାସ ନିକଟରେ ସନ୍ଧ୍ୟାରେ ଆଇଇଡି ବିସ୍ଫୋରଣ ପରେ ସମଗ୍ର ଦିଲ୍ଲୀରେ ହାଇଆଲର୍ଟ ଜାରି କରାଯାଇଛି । ଘଟଣା ପରେ ଏପିଜେ ଅବଦୁଲ କଲାମ ରୋଡ୍କୁ ସିଲ୍ କରିଦିଆଯାଇଛି । ଦିଲ୍ଲୀ ପୋଲିସର ସ୍ପେଶାଲ ସ୍କ୍ୱାଡ୍ ଘଟଣାସ୍ଥଳରେ ପହଞ୍ôଚ ଘଟଣାର ତଦନ୍ତ ଆରମ୍ଭ କରିଛି । ଦିଲ୍ଲୀ ବିମାନବନ୍ଦ,ରେଳଷ୍ଟେସନ,ଗହଳି ପୂର୍ଣ୍ଣ ମାର୍କେଟ,ସରକାରୀ କାର୍ଯ୍ୟାଳୟକୁ
ହାଇଆଲର୍ଟ କରାଯିବା ସହ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି ।